କୋରାପୁଟ : କୋରାପୁଟ ଜିଲ୍ଲା ଦେଓଘାଟି ଛକରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ଆହତ ହୋଇଛନ୍ତି । ମୃତକ ଜଣକ ପୁରୁଷ ବୋଲି ଜଣାପଡିଛି ।
Bus Accident: ବସ-ଟ୍ରଲର ଧକ୍କା, ଜଣେ ମୃତ ୨୬ ଆହତ
କୋରାପୁଟ ଜିଲ୍ଲା ଦେଓଘାଟି ଛକରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ଆହତ ହୋଇଛନ୍ତି । ମୃତକ ଜଣକ ପୁରୁଷ ବୋଲି ଜଣାପଡିଛି । ଅଧିକ ପଢନ୍ତୁ
Bus Accident:ବସ-ଟ୍ରଲର ଧକ୍କା, ଜଣେ ମୃତ ୨୬ ଆହତ
ସୂଚନା ଅନୁସାରେ, ଆଜି ସକାଳେ କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଦେଓଘାଟି ଠାରେ ଏ ଦୁର୍ଘଟଣା ଘଟିଥିଲା । ଜୟପୁରରୁ ପାରଳାଖମୁଣ୍ଡି ଯାଉଥିବା ଏକ ଯାତ୍ରୀବାହୀ ବସ ଓ ଜୟପୁର ଅଭିମୁଖେ ଯାଉଥିବା ଏକ ଟ୍ରଲର ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ 26 ଯାତ୍ରୀ ଆହତ ହୋଇଛନ୍ତି । ତେବେ ଆହତଙ୍କ ମଧ୍ୟରୁ 3 ଜଣ ଅତି ଗୁରୁତର ହୋଇଛନ୍ତି । ସେମାନଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ