ଓଡିଶା

odisha

By

Published : Jun 18, 2020, 8:18 PM IST

ETV Bharat / state

ଡିମାଣ୍ଡରେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ବଢୁଛି ଆବେଦନ

ଚଳିତ ବର୍ଷ ସୁନାବେଡା ସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ପାଇଥିବା ଆବେଦନ ପତ୍ରରେ ବୃଦ୍ଧି ଘଟିଥିବା ବିଶ୍ବବିଦ୍ୟାଳୟର କୁଳପତି ଆଇ.ରାମବ୍ରହ୍ମମ ଜଣାଇଛନ୍ତି ।

Odisha Central University on demand
ଡିମାଣ୍ଡରେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ବଢୁଛି ଆବେଦନ

କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପାଠ ପଢିବା ପାଇଁ ବଢୁଛି ଛାତ୍ରଛାତ୍ରୀଙ୍କ ଆଗ୍ରହ । ଚଳିତ ବର୍ଷ ବିଭିନ୍ନ ବିଭାଗରେ ପଢିବା ମୋଟ 590 ସିଟ୍ ପାଇଁ ଆବେଦନ କରିଛନ୍ତି 14 ହଜାର 800 ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ।

ଡିମାଣ୍ଡରେ ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ବଢୁଛି ଆବେଦନ

କୋରାପୁଟ ଜିଲ୍ଲାରେ ଅବସ୍ଥାପିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଯାଇଥିବା ଆଗ୍ରହ, ଯାହା ବିଶ୍ବବିଦ୍ୟାଳୟର ଅଗ୍ରଗତିରେ ସହାୟକ ହେବ ବୋଲି କୁଳପତି ମତ ରଖିଛନ୍ତି । ବିଶ୍ବବିଦ୍ୟାଳୟରେ ଜେଣ୍ଡର ଷ୍ଟଡିସ ଭଳି ଅନେକ ନୂତନ ଧାରାର ବିଷୟ ଆରମ୍ଭ ହେଉଥିବା ସହ କେନ୍ଦ୍ର ସରକାରଙ୍କ ଠାରୁ 200 କୋଟି ଟଙ୍କାର ଅନୁଦାନରେ ପ୍ରଶାସନିକ ଭବନ, ଲାବ୍ରୋଟୋରି, ଶ୍ରେଣୀଗୃହ ପ୍ରଭୃତି ନିର୍ମାଣ କରିବା ସହ ୟୁଜିସିର ଅନୁମୋଦନରେ ଷ୍ଟାଫ କ୍ବାର୍ଟର ନିର୍ମାଣ କରାଯିବ ।

ଏହା ସହିତ ଅନେକ ବର୍ଷ ଧରି ଖାଲି ପଡିଥିବା ଶିକ୍ଷକ ଓ କର୍ମଚାରୀ ପଦବୀ ମଧ୍ୟ ପୂରଣ କରାଯିବ । ଏହି କ୍ରମରେ ଆସନ୍ତା ସପ୍ତାହକ ମଧ୍ୟରେ 87 ଜଣ ଶିକ୍ଷକ ଓ 35 ଜଣ ବିଭିନ୍ନ ବିଭାଗର କର୍ମଚାରୀ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details