ଓଡିଶା

odisha

By

Published : Mar 5, 2021, 9:47 PM IST

ETV Bharat / state

ଜାଗର ଦିନ ଗୁପ୍ତେଶ୍ଵରଙ୍କ ଦର୍ଶନ ମନା

ମହାଶିବରାତ୍ରି ଦିନ ଭକ୍ତଙ୍କୁ ଗୁପ୍ତେଶ୍ଵରଙ୍କ ଦର୍ଶନ ମନା । କୋରୋନା କଟକଣା ପାଇଁ ଜିଲ୍ଲା ପ୍ରଶାସନ ନେଲା ନିଷ୍ପତି । ଅଧିକ ପଢନ୍ତୁ....

Gupteswar is not allowed to visit devotees on Mahashivratri
ଗୁପ୍ତେଶ୍ଵରଙ୍କୁ ଜାଗର ଦିନ ଦର୍ଶନ ମନା

କୋରାପୁଟ: ଆସୁଛି ମହାଦେବଙ୍କ ପୂଜା ଜାଗର । କିନ୍ତୁ କୋଭିଡ କଟକଣା ପାଇଁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କୁ ଆସିବାକୁ ବାରଣ କରିଛି ପ୍ରଶାସନ । ଆଜି (ଶୁକ୍ରବାର) ସନ୍ଧ୍ୟାରେ ଜାରି ହୋଇଥିବା ସ୍ବତନ୍ତ୍ର ନିୟମାବଳୀ ଅନୁଯାୟୀ ଗୁପ୍ତେଶ୍ଵରରେ କେବଳ ସେବାୟତଙ୍କ ଦ୍ବାରା ପୂଜା ରୀତିନୀତି ସମ୍ପନ୍ନ କରାଯିବ । ଏନେଇ ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ଦେଇଛନ୍ତି।

ଗୁପ୍ତେଶ୍ଵରଙ୍କୁ ଜାଗର ଦିନ ଦର୍ଶନ ମନା

ଛତିଶଗଡ଼ରୁ ଅନେକ ଭକ୍ତ ଗୁପ୍ତେଶ୍ଵର ଆସିବାର ପରମ୍ପରା ରହିଥିବା ଯୋଗୁଁ ସେଠାକାର ଜିଲ୍ଲା ପ୍ରଶାସନକୁ ମଧ୍ୟ ଏହି ନିଷେଧାଦେଶ ସମ୍ପର୍କରେ ଅବଗତ କରାଯାଇଥିବା ସେ ଜଣାଇଛନ୍ତି । ତେବେ ଜିଲ୍ଲାର ଅନ୍ୟାନ୍ୟ ଶୈବପୀଠରେ ରାଜ୍ୟ ଏସଆରସି ନିୟମାବଳୀ ଅନୁଯାଇ ଏସଓପି ପାଳନ କରି 500ରୁ କମ ଭକ୍ତଙ୍କ ସମାଗମରେ ଜାଗର ଯାତ୍ରା ସମ୍ପନ୍ନ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details