ଓଡିଶା

odisha

By

Published : Dec 15, 2022, 1:35 PM IST

ETV Bharat / state

ଆଶାକର୍ମୀଙ୍କ ବିକ୍ଷୋଭ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଶିବା ବେଳେ ଟେକି ନେଲା ପୋଲିସ

7 ଦଫା ଦାବି ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ଆଶାକର୍ମୀଙ୍କ ବିକ୍ଷୋଭ
ଆଶାକର୍ମୀଙ୍କ ବିକ୍ଷୋଭ

ଆଶାକର୍ମୀଙ୍କ ବିକ୍ଷୋଭ

କୋରାପୁଟ: ୭ ଦଫା ଦାବି ନେଇ କୋରାପୁଟରେ ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କଲେ ଆଶାକର୍ମୀ । ଆନ୍ଦୋଳନକାରୀଙ୍କୁ ଥାନାରେ ଅଟକ ରଖିଲା ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, 7 ଦଫା ଦାବି ନେଇ ଗତ 5 ତାରିଖରୁ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ରାଜ୍ୟ ଆଶାକର୍ମୀ ସଂଘର ସଦସ୍ୟ ମାନେ ବ୍ଲକ ସ୍ତରରେ ଧାରଣା ଦେଇ ଆସୁଥିଲେ । ଏହାପରେ ଦାବି ପୂରଣ ନହେବାରୁ ଗତକାଲି(ବୁଧବାର) ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଶିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି କିଛି ଆଶାକର୍ମୀଙ୍କୁ ଉଠାଇ ନେଇଥିଲା ।

ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ମାନ୍ୟତା ନ ଦେବା ପର୍ଯ୍ୟନ୍ତ ମାସିକ ୧୮ ହଜାର ଟଙ୍କା ପ୍ରଦାନ, ଯୋଗ୍ୟତା ଭିତ୍ତିରେ ଏଏନଏମ ଭାବେ ନିଯୁକ୍ତି, କୋଭିଡ୍ ସମୟରେ ମୃତ୍ୟୁ ବରଣ କରିଥିବା ଆଶାକର୍ମୀଙ୍କୁ କ୍ଷତିପୂରଣ, କାର୍ଯ୍ୟ ସମୟରେ ମୃତ୍ୟୁ ହେଲେ ପରିବାରକୁ 5 ଲକ୍ଷ ଟଙ୍କା ସହାୟତା ରାଶି ସହ ଜଣକୁ ନିଯୁକ୍ତି ପ୍ରଦାନ ଓ ଆଶାକର୍ମୀଙ୍କୁ ପେନସନ ପ୍ରଦାନ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏନେଇ କୋରାପୁଟ ଅତିରିକ୍ତ ଜିଲାପାଳଙ୍କୁ ଏକ ଦାବିପତ୍ର ଉପସ୍ଥାପନ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-ଶ୍ବଶୁର ଘରେ ଲାଗିଲାନି‌ ବୋହୂର ମନ, ଗହଣା ଧରି ବୟଫ୍ରେଣ୍ଡ ସହ ଫେରାର

ଏନେଇ ଏଲିନା ସେଠୀ ନାମ ଜଣେ ଆଶାକର୍ମୀ କହିଛନ୍ତି ଯେ, ''ଗତ ୨୯ ତାରିଖରେ ଆମେ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି ଜଣାଇଥିଲୁ । ଏହାପରେ କୋରାପୁଟର ବିଭିନ୍ନ ବ୍ଲକରେ ବିକ୍ଷୋଭ କରିବା ପରେ ବୁଧବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି ଜଣାଇଛୁ'' ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details