ଓଡିଶା

odisha

By

Published : Oct 19, 2020, 7:55 AM IST

ETV Bharat / state

ଯୁଧିଷ୍ଠିର ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତି ଉନ୍ମୋଚିତ

ପାଳିତ ହୋଇଯାଇଛି ନିଜିଗଡ଼ ତାପଙ୍ଗର ପୂର୍ବତନ ସରପଞ୍ଚ ତଥା ପାଇକ ସଂସ୍କୃତିର ଅନ୍ୟତମ ପୁରୋଧା ଯୁଧିଷ୍ଠିର ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ମହାରଥୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଅଦିକ ପଢନ୍ତୁ...

Yudhishthira Maharathi's statue was unveiled on the first anniversary of his death
ଯୁଧିଷ୍ଠିର ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖୋର୍ଦ୍ଧା: ପାଳିତ ହୋଇଯାଇଛି ନିଜିଗଡ଼ ତାପଙ୍ଗର ପୂର୍ବତନ ସରପଞ୍ଚ ତଥା ପାଇକ ସଂସ୍କୃତିର ଅନ୍ୟତମ ପୁରୋଧା ଯୁଧିଷ୍ଠିର ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ସ୍ବର୍ଗତଃ ମହାରଥୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ନିଜିଗଡ଼ ତାପଙ୍ଗରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ପୂର୍ବତନ ସାଂସଦ ପ୍ରସନ୍ନ ପଟଶାଣୀ ପ୍ରମୁଖଙ୍କ ସହ ବହୁ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।

ଯୁଧିଷ୍ଠିର ମହାରଥୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସ୍ବର୍ଗତ ମହାରଥୀ ନିଜର କର୍ମମୟ ଜୀବନରେ ସରପଞ୍ଚ ଭାବେ ନିଜିଗଡ଼ ତାପଙ୍ଗର ସର୍ବାଙ୍ଗୀନ ବିକାଶ ସହ ଅଞ୍ଚଳରେ ପାଇକ ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନେଇଥିଲେ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details