ଖୋର୍ଦ୍ଧା: ବିଶ୍ବ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ତିତ ପ୍ରଧାନ ସଞ୍ଚୟ ରଥର ଶୁଭାରମ୍ଭ କରିଛନ୍ତି । ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ସ୍ବଳ୍ପ ସଞ୍ଚୟ ଉପରେ ସଚେତନତା ସୃଷ୍ଟି କରିବ ।
ଏହି ସଞ୍ଚୟ ରଥ ସରକାରୀ ଓ ପଞ୍ଜିକୃତ ସଂସ୍ଥା ମାଧ୍ୟମରେ ଅର୍ଥଲଗାଣ କରିବା, କମ ସମୟ ମଧ୍ୟରେ ଅଧିକ ଅର୍ଥ ପାଇବା ପାଇଁ କୌଣସି ଅଣପଞ୍ଜିକୃତ ସଂସ୍ଥା ପକ୍ଷରୁ ଆକର୍ଷଣମୂଳକ ଘୋଷଣାଠାରୁ ନିଜକୁ ଦୂରେଇ ରଖିବା ସଂପର୍କରେ ସଚେତନତା ସୃଷ୍ଟି କରିବ । ଆର୍ଥିକ ନେଣଦେଣ ସମ୍ପର୍କରେ କୌଣସି ଅଜଣା ବ୍ୟକ୍ତି କିମ୍ବା SMSକୁ ଗୁରୁତ୍ବ ଦିଅନ୍ତୁ ନାହିଁ । ଆବଶ୍ୟକସ୍ଥଳେ ସ୍ବୀକୃତିପ୍ରାପ୍ତ ଏଜେଣ୍ଟମାନଙ୍କ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ଓ ଡାକଘରେ ସଞ୍ଚୟ କରିହେବ । ନିରାପଦ ସଞ୍ଚୟ ଓ ସୁରକ୍ଷିତ ଭବିଷ୍ୟତ ଉପରେ ବାର୍ତ୍ତା ପ୍ରଦାନ କରିବ ଏହି ସଞ୍ଚୟ ରଥ ।