ଓଡିଶା

odisha

By ETV Bharat Odisha Team

Published : Sep 8, 2023, 10:44 PM IST

ETV Bharat / state

ଖରିଫ ଓ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଦଳଗତ କାର୍ଯ୍ୟ କର: କୃଷି ସଚିବ

ଆଗାମୀ ଏକ ମାସ ପାଇଁ କୃଷି ଏବଂ ଜଳସଂପଦ ବିଭାଗର ଅଧିକାରୀମାନଙ୍କୁ ନିୟମିତ ବ୍ୟବଧାନରେ ଜଳସେଚନ ସୁବିଧା ଯୋଗାଇବା ସହ ଉପଯୁକ୍ତ ଫସଲ ପରିଚାଳନା ପାଇଁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ରବି ଋତୁରେ ମହାନଦୀ ଡେଲ୍ଟା ଷ୍ଟେଜ-୧ ଓ ଷ୍ଟେଜ-୨ ଅଞ୍ଚଳରେ ଜଳସେଚନର ସୁବିଧାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ

ଖରିଫ ଓ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଦଳଗତ କାର୍ଯ୍ୟ କର : କୃଷି ସଚିବ
ଖରିଫ ଓ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଦଳଗତ କାର୍ଯ୍ୟ କର : କୃଷି ସଚିବ

ଭୁବନେଶ୍ବର: ରାଜ୍ୟରେ ଖରିଫ ଚାଷ ଓ କୃଷି କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ । କୃଷି ଭବନର କୃଷି ସମୀକ୍ଷା କେନ୍ଦ୍ରରେ ରାଜ୍ୟରେ ଖରିଫ ଚାଷ ଓ କୃଷି କାର୍ଯ୍ୟର ଅଗ୍ରଗତି ଏବଂ ଫସଲର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା ହୋଇଛି । ପ୍ରମୁଖ ଶାସନ ସଚିବ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଦଳଗତ ମନୋଭାବ ନେଇ କାର୍ଯ୍ୟ କରି ଖରିଫ ଓ ରବି ଋତୁରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନିମନ୍ତେ ପରାମର୍ଶ ଦେଇଛନ୍ତି ।

୨୦୨୩ ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଚଳିତ ଖରିଫ ଋତୁରେ ଚାଷ କାର୍ଯ୍ୟରେ ଧାର୍ଯ୍ୟ ଲକ୍ଷ୍ୟର ଶତକଡ଼ା ୯୨ ପ୍ରତିଶତ ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ବିଭିନ୍ନ ଜିଲ୍ଲାର ୪୫ଟି ବ୍ଲକରେ ବର୍ଷାର ପରିମାଣ କମ ହୋଇଥିବାରୁ ଏହି ବ୍ଲକଗୁଡ଼ିକରେ ଫସଲର ସ୍ଥିତି, ଚାଷ କାର୍ଯ୍ୟର ଅଗ୍ରଗତି ଓ ଜଳସେଚନର ସୁବିଧା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ଏହି ବ୍ଲକଗୁଡ଼ିକରେ ଶତକଡ଼ା ୯୫ ଭାଗରୁ ଅଧିକ ଚାଷ କାର୍ଯ୍ୟ ସଂପନ୍ନ ହୋଇଛି । ବଳକା ଜମିରେ ଦୁଇ ସପ୍ତାହ ମଧ୍ୟରେ ମୁଗ, ବିରି, ପନିପରିବା, ରାଶି, ଅଳସୀ ଚାଷ କରାଯିବ ବୋଲି ଜିଲ୍ଲା କୃଷି ଅଧିକାରୀମାନେ ଅବଗତ କରାଇଛନ୍ତି । ସମସ୍ତ ଜିଲ୍ଲାରେ ଚଳିତ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଶତପ୍ରତିଶତ ଫସଲ ଚାଷ କାର୍ଯ୍ୟ ସମାପନ ହେବ ।

ଏହାବି ପଢନ୍ତୁ- କୃଷି ବିଭାଗର କଡା ଆଭିମୁଖ୍ୟ: ଦୁର୍ନୀତି ଓ ଅବହେଳାକାରୀ ଅଧିକାରୀ ହେବେ ଦଣ୍ଡିତ

ଆଗାମୀ ଏକ ମାସ ପାଇଁ କୃଷି ଏବଂ ଜଳସଂପଦ ବିଭାଗର ଅଧିକାରୀମାନଙ୍କୁ ନିୟମିତ ବ୍ୟବଧାନରେ ଜଳସେଚନ ସୁବିଧା ଯୋଗାଇବା ସହ ଉପଯୁକ୍ତ ଫସଲ ପରିଚାଳନା ପାଇଁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ରବି ଋତୁରେ ମହାନଦୀ ଡେଲ୍ଟା ଷ୍ଟେଜ-୧ ଓ ଷ୍ଟେଜ-୨ ଅଞ୍ଚଳରେ ଜଳସେଚନର ସୁବିଧାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ତଦନୁଯାୟୀ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଆଦି ୬ଟି ଜିଲ୍ଲାରେ ଥିବା କେନାଲ ଡିଷ୍ଟି୍ରବୁ୍ୟଟାରୀ କମିଟି ଗଠନ ପୂର୍ବକ ରବି ଋତୁ ପାଇଁ ଫସଲର ପ୍ଲାନିଂ କରି ରାଜ୍ୟସ୍ତରୀୟ ବୈଷୟିକ କମିଟିକୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପଠାଇବା ପାଇଁ କୃଷି ଓ ଜଳସଂପଦ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଚଳିତ ବର୍ଷ ରାଇସ ଫାଲୋ ମ୍ୟାନେଜମେଣ୍ଟ ଯୋଜନାରେ ୪ ଲକ୍ଷ ହେକ୍ଟର ଜମିରେ ଧାନ ପରବର୍ତ୍ତୀ ପଡ଼ିଆ ଜମିର ଉପଯୋଗ କରି ଡାଲି, ତୈଳବୀଜ ଓ ପନିପରିବା ଆଦି ଅଣଧାନ ଫସଲ ଚାଷ ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ବିହନ ଯୋଗାଇ ଦେବା ପାଇଁ ବିହନ ନିଗମର ନିର୍ଦ୍ଦେଶକକୁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନାରେ ୧.୩୦ ଲକ୍ଷ ହେକ୍ଟର ଜମିର ଅମ୍ଳ ମାଟିର ପରିଚାଳନା ପାଇଁ ବିଭିନ୍ନ ବୈଜ୍ଞାନିକ ଜ୍ଞାନକୌଶଳର ବିନିଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଆଇଏମଡ଼ିର ନିର୍ଦ୍ଦେଶକ, ଉଭୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀମାନେ ଭିଡ଼ିଓ କନ୍ଫରେନ୍ସଂ ମାଧ୍ୟମରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details