ଓଡିଶା

odisha

By

Published : Nov 30, 2022, 9:10 AM IST

ETV Bharat / state

ଜଳ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ସ୍ୱଚ୍ଛତା ନିମନ୍ତେ ଯୁବଶକ୍ତିର ଭୂମିକା ଗୂରୁତ୍ୱପୂର୍ଣ୍ଣ

ଜଳ ସଂପଦର ସୁରକ୍ଷା, ଜଳର ସ୍ୱଚ୍ଛତା ରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୟୁଥ ଫର ଓ୍ୱାଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ୟୁଥ ଫର ଓ୍ୱାଟର
ୟୁଥ ଫର ଓ୍ୱାଟର

ଭୁବନେଶ୍ବର: ଜଳ ସଂପଦ ବିଭାଗ ଏବଂ ୟୁନିସେଫର ମିଳିତ ଭାବେ ୟୁଥ ଫର ଓ୍ୱାଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜଳ ସଂପଦର ସୁରକ୍ଷା, ଜଳର ସ୍ୱଚ୍ଛତା ରକ୍ଷା ଓ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବିଶଦ ଭାବେ ଆଲୋଚନା ହୋଇଛି । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ୩୦ ଜଣ ଯୁବକ ଯୁବତୀଙ୍କର ଏ କ୍ଷେତ୍ରରେ ରହିଥିବା ଅନୁଭୂତି, କାର୍ଯ୍ୟରେ ନୂତନତ୍ୱ ଏବଂ ଉଲ୍ଲେଖନୀୟ ସଫଳତା ସଂପର୍କରେ ଏହି କର୍ମଶାଳାରେ ଆଲୋଚନା ହୋଇଛି ।

ୟୁଥ ଫର ଓ୍ୱାଟର

କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଜଳ ସଂରକ୍ଷଣ, ଜଳର ସୁରକ୍ଷା ଏବଂ ପରିବେଶ ସୁରକ୍ଷା ଦିଗରେ ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯୁବଶକ୍ତିକୁ ଉତ୍ସାହିତ କରାଗଲେ ସେମାନେ ଆଗାମୀ ଦିନରେ ପରିବର୍ତ୍ତନର ବାହକ ହୋଇପାରିବେ । ଅଧୂନା ଛାତ୍ରଛାତ୍ରୀ ଏବଂ ଯୁବକ ଯୁବତୀମାନେ ସୋସିଆଲ ମିଡିଆର ବହୁଳ ବ୍ୟବହାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ନୂଆ ନୂଆ ଜ୍ଞାନ କୌଶଳର ଉପଯୋଗ ମାଧ୍ୟମରେ ନିଜ ଅଞ୍ଚଳର ନଦୀ ଓ ନଦୀ ବନ୍ଧର ସୁରକ୍ଷା କରି ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ କାମ କରିପାରିବେ ।"


ଏହା ମଧ୍ୟ ପଢନ୍ତୁ: Padampur Bypoll: ନବୀନ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଏହାସହ ସେ ଆହୁରି କହିଛନ୍ତି,"ଯେଉଁ ଯୁବକ ଯୁବତୀ, ଛାତ୍ରଛାତ୍ରୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନେ ପ୍ରଶଂସାର ପାତ୍ର । ଯୁବଶକ୍ତିର ସକାରାତ୍ମକ ଦୃଷ୍ଚିକୋଣକୁ ଉପଯୋଗ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଜଳ ଓ ଜଳବାୟୁ ପରିବର୍ତ୍ତନର ଆହ୍ୱାନ, ନୀତି ନିର୍ଦ୍ଧାରଣ ପାଇଁ ତୃଣମୂଳସ୍ତରରେ ଏହାର କାର୍ଯ୍ୟକାରିତାର ଆବଶ୍ୟକତା ରହିଛି । ରାଜ୍ୟରେ ଯେଉଁ ସମୟ ମଧ୍ୟରେ ଜଳ ପ୍ରବାହିତ ହେଉଛି, ଏହାକୁ ସଂରକ୍ଷଣ କରି ରଖିବାରେ ଯୁବ ଶକ୍ତିର ମଧ୍ୟ ଗୁରୁ ଦାୟିତ୍ୱ ରହିଛି । ନିଜେ ଏ ସମସ୍ତ ଦିଗରେ ଉଦ୍ୟମ କରିବା ସହିତ ପିତାମାତାମାନଙ୍କୁ ଜଳର ଉତ୍ତମ ବ୍ୟବହାର ସଂପର୍କରେ ସତେତନ କରାଇବା ପାଇଁ ଯୁବଶକ୍ତିମାନେ କାର୍ଯ୍ୟ କରିପାରିବେ ।"

କାର୍ଯ୍ୟକ୍ରମରେ ୟୁନିସେଫ, ଓଡିଶା ଶାଖା ତରଫରୁ ସିପ୍ରା ସକ୍ସେନା ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ, "ଆମେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏବଂ ପିଲାମାନଙ୍କୁ ତଥା ଯୁବକମାନଙ୍କୁ କିପରି ସେମାନେ ଜୀବନ ଶୈଳୀରେ ପରିବର୍ତ୍ତନ କରିପାରିବେ, ସେ ସଂପର୍କରେ ସଚେତନ କରୁଛୁ।" ୟୁଥ ଫର ଓ୍ୱାଟରର ନିର୍ଦ୍ଦେଶିକା ଜ୍ୟୋତି ଶର୍ମା ଯୋଗଦେଇ ବର୍ଷକ ମଧ୍ୟରେ ୟୁଥ୍ ଫର ଓ୍ୱାଟର କାର୍ଯ୍ୟକ୍ରମର ଉଲ୍ଲେଖନୀୟ କାର୍ଯ୍ୟ ଅଗ୍ରଗତି ସଂପର୍କରେ ବକ୍ତବ୍ୟ ରଖିଛନ୍ତି । ଏ ସଂପର୍କିତ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଛି । ୟୁଥ ଫର ଓ୍ୱାଟର ତରଫରୁ ଯୁବକ ଡ. ୟାନାମ୍ ଦୀପକ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ନିଆଯାଉଥିବା ପଦକ୍ଷେପ ଦିଗରେ ଯୁବଶକ୍ତିମାନେ ପଥ ପ୍ରଦର୍ଶକ ହୋଇପାରିଛନ୍ତି ।

ବିଭିନ୍ନ ଗୋଷ୍ଠୀମାନଙ୍କ ମଧ୍ୟରେ ଏହି ବାର୍ତ୍ତାର ପ୍ରଚାର ପ୍ରସାରକୁ ବହୁଗୁଣିତ କରାଯିବ । ଏହି ବର୍ଷକ ମଧ୍ୟରେ ହଜାର ହଜାର ସଂଖ୍ୟକ ଯୁବକଯୁବତୀ ଓ ଛାତ୍ରଛାତ୍ରୀମାନେ ୟୁଥ୍ ଫର ଓ୍ୱାଟର କାର୍ଯ୍ୟକ୍ରମରେ ସାମଲ ହୋଇ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ କାର୍ଯ୍ୟରେ ଅଭିନବତ୍ୱ ଆଣିଥିବା ସଂପର୍କରେ ତଥ୍ୟ ଉପସ୍ଥାପନ କରାଯାଇଛି । ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଯୁବକ ଯୁବତୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ପୁରସ୍କୃତ ହୋଇଥିବା ଅନ୍ୟ ଯୁବକଯୁବତୀ ମଧ୍ୟ ନିଜ ନିଜର ପ୍ରକଳ୍ପ ଓ ଅନୁଭୂତି ସଂପର୍କରେ ଉପସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓଡିଶା ଉଠା ଜଳସେଚନ ନିଗମ ଲିଃ.ର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details