ଓଡିଶା

odisha

By

Published : Jul 31, 2023, 6:31 PM IST

ETV Bharat / state

ଜଟଣୀରେ ଫଳକ ବିବାଦ: ନାହିଁ ବିଧାୟକ ସୁର ରାଉତରାୟଙ୍କ ନାଁ, ପୂର୍ବତନ ବିଧାୟକଙ୍କ ନାଁରେ କାଳି ବୋଳି ପ୍ରତିବାଦ

ଏକ ସୂଚନା ଫଳକରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନାମ ବଦଳରେ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କ ନାମ ଲେଖା ହେବାକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି । ଉତ୍ତ୍ୟକ୍ତ ଲୋକେ କାଳି ବୋଳି ପୂର୍ବ ବିଧାୟକଙ୍କ ନାଁ ଫଳକରୁ ଲିଭାଇ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଜଟଣୀରେ ଫଳକ ବିବାଦ
ଜଟଣୀରେ ଫଳକ ବିବାଦ

ଜଟଣୀରେ ଫଳକ ବିବାଦ

ଖୋର୍ଦ୍ଧା: ଜଟଣୀ ବ୍ଲକ ପଦନପୁର ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଫଳକକୁ ନେଇ ଦେଖା ଦେଇଛି ବିବାଦ । ସୂଚନା ଫଳକରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନାମ ନଥିବା ଓ ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କ ନାମ ଲେଖା ହେବାକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି । ଗ୍ରାମବାସୀ ଓ ନିର୍ବାଚିତ ପ୍ରତିନିଧି ଏହାକୁ ବିରୋଧ କରିବା ସହିତ ଉଦ୍‌ଘାଟନ ପୂର୍ବରୁ ପୂର୍ବତନ ବିଧାୟକଙ୍କ ନାମ ଉପରେ କଳା ରଙ୍ଗ ବୋଳିଥିଲେ । ସେପଟେ ପଦନପୁର ସମିତିସଭ୍ୟ ପ୍ରିୟରଞ୍ଜନ ନାୟକ ପହଞ୍ଚି ସରପଞ୍ଚ ଅହଲ୍ୟା ନାୟକଙ୍କ ନାମକୁ ଫଳକରୁ ଲିଭାଇଥିଲେ । ତେବେ ଏଭଳି ବାଦ ବିବାଦ ଭିତରେ ଅଟକି ଯାଇଛି ଶୁଭ ଦିଆ କାର୍ଯ୍ୟ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଜଟଣୀ ନାଇଜରରେ ନିର୍ମାଣ ହେବାକୁ ଥିବା କ୍ୟାନ୍ସର ହସ୍ପିଟାଲ ପାଇଁ ପଞ୍ଚାୟତର ଉନ୍ନତୀକରଣ ପାଇଁ ସରକାର ୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହି ଅନୁଦାନ ପାଇବା ପଛରେ ଗ୍ରାମବାସୀ, ସରପଞ୍ଚ ଓ ବିଧାୟକଙ୍କ ଅହରହ ପରିଶ୍ରମ ରହିଛି । ହେଲେ ସୂଚନା ଫଳକରେ ବର୍ତ୍ତମାନର ଜଟଣୀ ବିଧାୟକ ସୁର ରାଉତରାୟଙ୍କ ନାମ ନରଖି ପୂର୍ବତନ ବିଧାୟକ ବିଭୁତି ବଳବନ୍ତରାୟଙ୍କ ନାମ ରଖାଯିବାକୁ ନେଇ ବିବାଦ ଉଠିଛି । ସୂଚନା ଫଳକ ବଦଳାଇ ପୁଣିଥରେ ନୂଆ ଫଳକ ଲଗାଇବାକୁ ଦାବି କରିଛନ୍ତି ଗ୍ରାମବାସୀ । ସେପଟେ ଏହି ବିବାଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବ୍ଲକ ଅଧ୍ୟକ୍ଷା । ସେ କହିଛନ୍ତି, "ସୂଚନା ଫଳକରେ ବିକାଶ ହୁଏ ନାହିଁ । କାମ ହେଲେ ବିକାଶ ହେବ । ଏହି ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ।"

ଏହା ମଧ୍ୟ ପଢ଼ନ୍ତୁ...ଜଟଣୀ ଓଭରବ୍ରିଜ ଶ୍ରେୟ ନେବାକୁ ରାଜନୀତି ! କାମ ସରିନି ନଡିଆ ବାଡେଇଲେ ସୁର

ତେବେ ଯାହା ବି ହେଉ, ଫଳକକୁ ନେଇ ଏହି ପଞ୍ଚାୟତ ସମେତ ବ୍ଲକରେ ରାଜନୀତି ତେଜୁଥିବାର ଦେଖିବାକୁ ମିଳିଛି । ଶୁଭ ଦିଆ କାର୍ଯ୍ୟ ଅଟକି ରହିଛି । ଏନେଇ ସ୍ଥାନୀୟ ଗ୍ରାମବାସୀ ଓ ୱାର୍ଡସଭ୍ୟ କହିଛନ୍ତି, "ଏହି ଅନୁଦାନ ପାଇଁ ଆମେ ପ୍ରବଳ ଖରାରେ ଆନ୍ଦୋଳନ କରିଛୁ । ଆମ ସହିତ ଆମ ବିଧାୟକ ସୁର ରାଉତରାୟ ଓ ସରପଞ୍ଚ ଆନ୍ଦୋଳନ କରିଥିଲେ । ହେଲେ ତାଙ୍କ ନାଁ ବଦଳରେ ପୂର୍ବତନ ବିଧାୟକଙ୍କ ନାଁ ରହିଛି । ଏହାକୁ ଆମେ ବିରୋଧ କରୁଛୁ ।" ତେବେ ଏହି ଫଳକ ବିବାଦ କେବେ ସମାଧାନ ହେବ ଓ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଦିଆଯିବ, ତାହାକୁ ଅପେକ୍ଷା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details