ଓଡିଶା

odisha

By

Published : Nov 17, 2022, 8:36 AM IST

ETV Bharat / state

ମହଙ୍ଗା ପଡିଲା ଦାମୀ ଘଣ୍ଟା ସଉକ, ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରୁ ଏକାଧିକ ଦାମୀ ଘଣ୍ଟା ଜବତ । ପିସି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ
ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଉଦଳା RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ । ରେଡ ବେଳେ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରୁ ଏକ ଦାମୀ ଘଣ୍ଟା ରୂପାରେ ତିଆରି ବାସନ ସାମଗ୍ରୀ ଜବତ କରିଛି ଭିଜିଲାନ୍ସ । ଚଢାଉ ବେଳେ ଗୋଟିଏ କି ଦୁଇଟି ନୁହେଁ ଅନେକ ଦାମୀ ଘଣ୍ଟା ଜବତ ହୋଇଛି । ଏସବୁ ଦେଖି ଯନ୍ତ୍ରୀଙ୍କ ଘଣ୍ଟା ସଉକ ଥିଲା ବୋଲି ସ୍ପଷ୍ଟ ବାରି ହୋଇପଡୁଛି । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତି ଆକଳନ ପରେ ଭିଜିଲାନ୍ସ ତାଙ୍କୁ ପିସି ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି। ୬କୋଟିର ମାଲିକ ଥିଲେ ରବିନାରାୟଣ ।

ବନ୍ଧା ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ମୟୂରଭଞ୍ଜ ଉଦଳା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଥିଲେ ରବି ନାରାୟଣ ପଣ୍ଡା । ନଭେମ୍ବର ୧୪ ତାରିଖରେ ଭିଜିଲାନ୍ସ ରବି ନାରାୟଣ ପଣ୍ଡାଙ୍କ ୮ଟି ସ୍ଥାନରେ ରେଡ କରିଥିଲା । ଏପରିକି ୨ଦିନ ଧରି ରେଡ ବେଳେ ଭୁବନେଶ୍ୱରରେ ୫ଟି ପ୍ଲଟ ସମେତ କଟକରେ ୨ଟି ଓ କେନ୍ଦ୍ରାପଡ଼ାରେ ୫ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ । ମୋଟ ୧୨ଟି ପ୍ଲଟ ଠାବ କରିବା ସହ ୨ଟି ଫ୍ଲାଟ୍ ଆଉ ୨ଟି ସଂପି କମ୍ପ୍ଲେକ୍ସ ଠାବ କରିଥିଲା ଭିଜିଲାନ୍ସ । ସେହିପରି ନଗଦ ୨୮ଲକ୍ଷ ଟଙ୍କା ସହ ୨.୩ କେଜିର ଗହଣା, ୪ଟି ଗାଡି ସହ ମୋଟ ସାଢ଼େ ୬ କୋଟି ଟଙ୍କା ଠାବ କରିଛି ଭିଜିଲାନ୍ସ । ଯାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଥିବା ଭିଜିଲାନ୍ସ ଏସପି ଏମ ରାଧାକ୍ରିଷ୍ଣନଙ୍କ ସୂଚନା ଦେଇଛନ୍ତି ।

ରବି ନାରାୟଣ ପଣ୍ଡାଙ୍କ କେନ୍ଦ୍ରାପଡ଼ା ସଦର ଥାନା ଅଧିନ ଦାନପୁର ସ୍ଥିତ ପୈତୃକ ଘର ଓ କଂସାର ସ୍ଥିତ ଶ୍ବଶୁର ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଭିଜିଲାନ୍ସର ଏକ ୭ ଜଣିଆ ଟିମ୍ ପହଞ୍ଚି ଦାନପୁରରେ ଚଢାଉ କରିଥିବା ବେଳେ ୫ ଜଣିଆ ଟିମ କଂସାର ଶ୍ବଶୁର ଘର ଚଢ଼ାଉ କରିଥିଲେ । ଉଦଳାକୁ ବଦଳି ହୋଇ ଯିବା ପୂର୍ବରୁ ରବି ନାରାୟଣ ପଣ୍ଡା କେନ୍ଦ୍ରାପଡ଼ା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS )ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାମ କରୁଥିବା ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ପୈତୃକ ଓ ଶ୍ବଶୁର ଘରେ ଖୋଜା ଚାଲିଛି ସମ୍ପତ୍ତି

ଗତ ୧୪ତାରିଖରେ ଭୁବନେଶ୍ୱର ଆଇଗେଣିଆ ସ୍ଥିତ ଖାରବେଳ କମ୍ପ୍ଲେକ୍ସ,ପାତ୍ରପଡ଼ାରେ ଟାଓ୍ବାର ବ୍ଲୁ ହିଲରେ ଥିବା ଆପାର୍ଟମେଣ୍ଟ, ଖଣ୍ଡଗିରିରେ ସଂପି କମ୍ପ୍ଲେକ୍ସରେ ଏସପିଏସ କନଷ୍ଟ୍ରକ୍ସନ, ନୟାପଲ୍ଲୀର ଏନ୍ ୬ରେ ତ୍ରିଭେଣି ଅଟୋଟେକ ସହ କେନ୍ଦ୍ରାପଡା ଦାନପୁରରେ ଥିବା ଘର, ଓସ୍ତପୁରରେ ସମ୍ପର୍କୀୟ ଘର, ଉଦଳା ଅଫିସ ଚାମ୍ବର ସମେତ ଉଦଳାରେ ଥିବା ସରକାରୀ କ୍ବାଟରରେ ଏକ କାଳୀନ ରେଡ କରିଥିଲେ ଭିଜିଲାନ୍ସ ଅଧିକାରୀ । ଏହି ଚଢାଉରେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୮ ଡିଏସପି, ୫ ଇନସ୍ପେକ୍ଟର, ଜଣେ ଏସଆଇ ଓ ୧୧ ଏଏସଆଇ ସାମିଲ ହୋଇଥିଲେ ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details