ଓଡିଶା

odisha

By

Published : Dec 18, 2021, 9:20 AM IST

ETV Bharat / state

ଖୋର୍ଦ୍ଧାରେ ରାସ୍ତା ଅବସ୍ଥା ଶୋଚନୀୟ, ସମାଧାନର ପ୍ରତିଶ୍ରୁତି ଦେଲେ ବିଧାୟକ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଓ ବୋଲଗଡ଼ର ବିଭିନ୍ନ ଅଞ୍ଚଳରେ ଶୋଚନୀୟ ରାସ୍ତା ଅବସ୍ଥା । ତଦାରଖ କରି ଖୁବଶୀଘ୍ର ନିର୍ମାଣ କାମ ହେବ କହିଲେ ବିଧାୟକ ଓ ସାଂସଦ । ଅଧିକ ପଢନ୍ତୁ

ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ରାସ୍ତା ଅବସ୍ଥା ଶୋଚନୀୟ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ
ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ରାସ୍ତା ଅବସ୍ଥା ଶୋଚନୀୟ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ରାସ୍ତା ଅବସ୍ଥା ଶୋଚନୀୟ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ

ଖୋର୍ଦ୍ଧା: ଗ୍ରାମାଞ୍ଚଳ ଲୋକଙ୍କ ଗମନାଗମନର ସୁବିଧା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟି ଅଭାବରୁ ଲୋକେ ପୂର୍ବ ସମସ୍ୟାରୁ ଉଦ୍ଧାର ପାଇପାରୁନଥିବା ଅଭିଯୋଗ ହୋଇଛି ।

ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳରେ ରାସ୍ତା ଅବସ୍ଥା ଶୋଚନୀୟ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ

କେଉଁଠି ରାସ୍ତା ଉପରେ ଆଣ୍ଠୁଏ ପାଣି ଜମିଛି ତ ଆଉ କୋଉଁଠି ରାସ୍ତା ମରାମତିକୁ ବର୍ଷେ ନପୁରୁଣୁ ଖରାପ ହେଉଥିବା ଅଭିଯୋଗ ହେଉଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଓ ବୋଲଗଡ଼ର ବିଭିନ୍ନ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ପାଇଁ ରାସ୍ତା ଅବସ୍ଥା ଏପରି ଥିବା କହିଛନ୍ତି ସ୍ଥାନୀୟ ଲୋକ । ସେପଟେ ଗ୍ରାମାଞ୍ଚଳ ରାସ୍ତାର ବିକାଶ ପାଇଁ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତଥାପି କେଉଁଠି ସମସ୍ୟା ରହୁଛି ତାହାର ତର୍ଜମା କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଅବସ୍ଥା ବିଭିନ୍ନ ସ୍ଥାନରେ ଖରାପ ରହିଛି । ତେଣୁ ଏହାର ଶୀଘ୍ର ମତାମତି କରାଯିବ ବୋଲି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କହିଛନ୍ତି ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details