ଓଡିଶା

odisha

By

Published : Mar 6, 2022, 12:29 PM IST

ETV Bharat / state

ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଜାରି ରହିଛି। ଅଧିକ ପଢ଼ନ୍ତୁ

preparation of municipal corporation election in khordha
ପୌର ନିର୍ବାଚନ ପାଇଁ ସଜେଇ ହେଉଛି ଖୋର୍ଦ୍ଧା

ଖୋର୍ଦ୍ଧା: ପୌର ପରିଷଦ ନିର୍ବାଚନ ନେଇ ରାଜନୀତିରେ ଉଷ୍ମତା ଦେଖା ଦେଇଛି। ଅଧ୍ୟକ୍ଷ ପଦବୀ ନେଇ ତିନି ପ୍ରମୁଖ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବର ମହାନଗର ସହିତ ଖୋରଧା, ଜଟଣୀ ପୌରପରିଷଦ, ବାଲୁଗାଁ, ବାଣପୁର,ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଖୋର୍ଦ୍ଧା ଜିଲ୍ଲାରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି।

ପୌର ନିର୍ବାଚନ ପାଇଁ ସଜେଇ ହେଉଛି ଖୋର୍ଦ୍ଧା

ଚଳିତ ନିର୍ବାଚନରେ ବିକାଶକୁ ନେଇ ମୈଦାନରେ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି ପ୍ରାର୍ଥୀ। ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଖୋର୍ଦ୍ଧା ସହରର ରାସ୍ତାଘାଟ ଠାରୁ ଆରମ୍ଭ କରି ପୋଖରୀ, ପାର୍କ ସବୁଠି ମୁକ୍ତା ଯୋଜନାରେ ଉନ୍ନତିକରଣ କରାଯାଇଛି। ଚଳିତ ଥର ସିଧା ସଳଖ ଭାବେ ପୌରାଧ୍ୟକ୍ଷ ନିର୍ବାଚନ ହେଉଥିବାରୁ ଭୋଟରଙ୍କ ଭିତରେ ଆଗ୍ରହ ସୃଷ୍ଟି ହୋଇଛି । ସେହିଭଳି ଗତ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ଶାସକ ବିଜୁ ଜନତା ଦଳ ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ସେପଟେ ବିପକ୍ଷ କଂଗ୍ରେସ ଓ ବିଜେପି ମଧ୍ୟ ସହରାଞ୍ଚଳର ବିଭିନ୍ନ ସମସ୍ୟାକୁ ମୂଳ ଲକ୍ଷ୍ୟ କରି ମୈଦାନକୁ ଓହ୍ଲାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details