ଓଡିଶା

odisha

By

Published : Oct 28, 2022, 7:17 PM IST

ETV Bharat / state

ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ ପ୍ରଦର୍ଶନୀ, ଉଦ୍‌ଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଦୀର୍ଘ ୨ବର୍ଷ ପରେ ଉଦଘାଟିତ ହୋଇଛି ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ । ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟିତ କରିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ ପ୍ରଦର୍ଶନୀ, ଉଦଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ
ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ ପ୍ରଦର୍ଶନୀ, ଉଦଘାଟନ କଲେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ବର:ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର (Tourist Minister Ashwini Kumar Patra) ଆଜି ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ର (Odisha Travel Bazar 2022) ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଛନ୍ତି । ହୋଟେଲ ସ୍ବସ୍ତି ପ୍ରିମିୟମଠାରେ ଏ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ମହାମାରୀ ପରେ ଏହି ଟ୍ରାଭେଲ ବଜାର ଅନୁଷ୍ଠିତ ହୋଇଥିବାରୁ ମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି ।

ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ ପ୍ରଦର୍ଶନୀ ଉଦଘାଟିତ

ଏହି ଅବସରରେ ମନ୍ତ୍ରୀ ଅଶ୍ବିନୀ କହିଛନ୍ତି, "କୋଭିଡ଼ ମହାମାରୀର ଏତେ ଦିନ ବ୍ୟବଧାନ ପରେ ଓଡ଼ିଶା ଟ୍ରାଭେଲ ବଜାର ଅନୁଷ୍ଠିତ ହେଉଥିବାରୁ ଆମେ ବହୁତ ଆନନ୍ଦିତ । ଏହା ଘରୋଇ ଏବଂ ବିଦେଶ ଟ୍ୟୁରିଜିମ୍ ଷ୍ଟେକହୋଲ୍ଡର ମାନଙ୍କ ମଧ୍ୟରେ ଭାବ ବିନିମୟ କରିବାକୁ ଏକ ପ୍ଲାଟଫର୍ମ ଯୋଗାଇଦେବ । ଓଡ଼ିଶାରେ ଏମିତି କିଛି ସ୍ଥାନ ଅଛି, ଯାହାକି ସ୍ବର୍ଗୀୟ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ । ଦେଶ ଭିତର ଓ ବିଦେଶର ଟୁର୍‌ ଅପରେଟରମାନେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନରେ ଯିବେ ।

ଓଡ଼ିଶା ଟ୍ରାଭେଲ ବଜାର ୨୦୨୨ ପ୍ରଦର୍ଶନୀ ଉଦଘାଟିତ

ଏହା ବି ପଢନ୍ତୁ- Dhauli Golden Jubilee: ସୁସ୍ଥ, ସମୃଦ୍ଧ ଓ ଶାନ୍ତି ପୃଥିବୀ ଗଠନ କରିବା ପାଇଁ ନବୀନଙ୍କ ଆହ୍ବାନ

ଏପଟେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମିର ବହୁଳ ବିକାଶ ହୋଇଛି । ତେଣୁ ଆମେ ଆଶା କରୁଛୁ ଯେ ଆଗାମୀ ଦିନ ମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେବ । ଯାହାକି ଏହି କ୍ଷେତ୍ରରୁ ରାଜକୋଶ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିବ । ଏହି କାର୍ଯ୍ୟକ୍ରମରେ OTDC ଅଧ୍ୟକ୍ଷ ଲେନିନ ମହାନ୍ତି ମଧ୍ୟ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details