ଓଡିଶା

odisha

By

Published : Jun 14, 2023, 8:55 AM IST

ETV Bharat / state

ଗଠନ ହେବ ଓଡିଶା ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ, ନିଷ୍ପତିକୁ ସ୍ବାଗତ କଲେ ୩୨ ସଂଘ

ବିଜୁ ଶ୍ରମିକ ସାମୁଖ୍ୟ ମହାସଚିବ ତଥା କଟକ ମେୟର ସୁବାସ ଚନ୍ଦ୍ର ସିଂହ କହିଛନ୍ତି ଯେ, ନିଖିଳ ଓଡିଶା ଅଟୋ ମହାସଂଘ ପକ୍ଷରୁ ଡାକରା ବୈଠକ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପରିବହନ କମିଶନର, ପରିବହନ ସଚିବ, ଶ୍ରମ ମନ୍ତ୍ରୀଙ୍କ ଉପସ୍ଥିତି ଥିଲେ । ପରିବହନ ଶ୍ରମିକଙ୍କ କଲ୍ୟାଣୀ ପାଇଁ ତଥା ସେମାନଙ୍କୁ ସାମାଜିକ ସୁରକ୍ଷା ବଳୟ ଭିତରକୁ ଆଣିବା ଦିଗରେ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିକୁ ଗ୍ରହଣ କରି ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଗଠନ ହେବ ଓଡିଶା ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ; ନିଷ୍ପତିକୁ ସ୍ବାଗତ କଲେ ୩୨ ସଂଘ
ଗଠନ ହେବ ଓଡିଶା ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ; ନିଷ୍ପତିକୁ ସ୍ବାଗତ କଲେ ୩୨ ସଂଘ

ଗଠନ ହେବ ଓଡିଶା ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ; ନିଷ୍ପତିକୁ ସ୍ବାଗତ କଲେ ୩୨ ସଂଘ

ଭୁବନେଶ୍ବର: ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷାଧିକ ଶ୍ରମିକ ମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ହୋଇଛି । ଦୀର୍ଘ ଚାଳିଶ ବର୍ଷର ଲଢେଇ, ଧର୍ମଘଟ, ପ୍ରତିବାଦ ଫଳପ୍ରଦ ହୋଇଛି । ସାମଗ୍ରିକ ଭାବରେ ପରିବହନ ଶ୍ରମିକଙ୍କ ମୌଳିକ ସୁବିଧା, ସୁଯୋଗ ଓ ସାମାଜିକ ସୁରକ୍ଷା ମିଳିବାକୁ ଯାଉଛି । ସ୍ବତନ୍ତ୍ର ପରିବହନ ନୀତି ଓ ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ ଗଠନକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏଥିପାଇଁ ବିଜୁ ଶ୍ରମିକ ସାମ୍ମୁଖ୍ୟ ସହବନ୍ଧିତ ଓଡ଼ିଶା ସଡକ ପରିବହନ ଶ୍ରମିକ ମହାସଂଘ ସହିତ ସଂପୃକ୍ତ ୩୨ଟି ପରିବହନ ଶ୍ରମିକ ସଂଘ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।

ବିଜୁ ଶ୍ରମିକ ସାମୁଖ୍ୟ ମହାସଚିବ ତଥା କଟକ ମେୟର ସୁବାସ ଚନ୍ଦ୍ର ସିଂହ କହିଛନ୍ତି ଯେ, ନିଖିଳ ଓଡିଶା ଅଟୋ ମହାସଂଘ ପକ୍ଷରୁ ଡାକରା ବୈଠକ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ପରିବହନ କମିଶନର, ପରିବହନ ସଚିବ, ଶ୍ରମ ମନ୍ତ୍ରୀଙ୍କ ଉପସ୍ଥିତି ଥିଲେ । ପରିବହନ ଶ୍ରମିକଙ୍କ କଲ୍ୟାଣୀ ପାଇଁ ତଥା ସେମାନଙ୍କୁ ସାମାଜିକ ସୁରକ୍ଷା ବଳୟ ଭିତରକୁ ଆଣିବା ଦିଗରେ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିକୁ ଗ୍ରହଣ କରି ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ କଲ୍ୟାଣ ବୋର୍ଡ ଗଠନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି । ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ ଓ ସଂଘ ମାନଙ୍କର ପ୍ରଚେଷ୍ଟା ଫଳରେ କଲ୍ୟାଣ ବୋର୍ଡ ଗଠନ ଦାବି ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦୁର୍ଘଟଣାରେ ମୃତ୍ୟୁ ହେଲେ ୪ ଲକ୍ଷ ଟଙ୍କା, ସାଧାରଣ ମୃତ୍ୟୁ ହେଲେ ୨ ଲକ୍ଷ, ସମ୍ପୂର୍ଣ୍ଣ ଅକ୍ଷମ ହେଲେ ୨ ଲକ୍ଷ, ଦୁର୍ଘଟଣାରେ ଗୁରୁତ୍ବର ଆହତ ହେଲେ ୮୦ ହଜାର ଟଙ୍କା ଟଙ୍କା ସହାୟତା ପ୍ରଦାନ କରାଯିବ । ପରିବହନ ଶ୍ରମିକ ମାନଙ୍କୁ ମଧୁବାବୁ ପେନସନ ଓ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବାକୁ ପ୍ରାରମ୍ଭିକ ଭାବରେ ସ୍ଵୀକୃତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ଦ୍ବାରା ଲକ୍ଷ ଲକ୍ଷ ଟ୍ରକ, ବସ, ଅଟୋରିକ୍ସା, ଟ୍ୟାକ୍ସି ଓ ଅନ୍ୟାନ୍ୟ ପରିବହନ ଯାନର ଡ୍ରାଇଭର, କଣ୍ଡକ୍ଟର, ହେଲପର ଓ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନେ ଉପକୃତ ହୋଇପାରିବେ । ଓଡିଶାର ସମସ୍ତ ଜିଲ୍ଲାରୁ ଶତାଧିକ ପରିବହନ ଶ୍ରମିକମାନଙ୍କ ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶା ସଡକ ପରିବହନ ଶ୍ରମିକ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ତଥା ମେୟର କଟକ ସୁବାସ ଚନ୍ଦ୍ର ସିଂହ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମହାସଂଘର ଆବାହକ ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ପାଦକ ନବ କିଶୋର ମହାନ୍ତି, ନିଖିଳ ଓଡିଶା ଅଟୋ ଟ୍ୟାକ୍ସି ଚାଳକ ମହାସଂଘ ସାଧାରଣ ସମ୍ପାଦକ ପଦ୍ମନ ସାମଲ, ପୁରୀ ଜିଲ୍ଲା ସଭାପତି ଦୁର୍ଗାଚରଣ ଖୁଣ୍ଟିଆ, ଝାରସୁଗୁଡ଼ା ଡ୍ରାଇଭର ଏସୋସିଏସନ ସାଧାରଣ ସମ୍ପାଦକ ଚୈତନ୍ୟ ସାହାଣୀ, କଟକ ମହାନଗର ଅଟୋ ମହାସଂଘ ଉପ ସଭାପତି ଦେବେନ୍ଦ୍ର ପାଣିଗ୍ରାହୀ, ଉପ ସଭାପତି ଅଲ ଓଡିଶା ଡ୍ରାଇଭର ମହାସଂଘ କିଶୋର ଚନ୍ଦ୍ର ବେହେରା, ଟ୍ରାଫିକ ଜାମ ଅର୍ଗାନାଇଜେସନ ସଭାପତି ଦୁର୍ଗାଚରଣ ସାହୁ ଆଦି ପ୍ରମୁଖ ଉପସ୍ଥିତ ରହିଥିଲେ । ଓଡିଶା ସଡକ ପରିବହନ ଶ୍ରମିକ ମହାସଂଘ ସମ୍ପାଦକ ସନ୍ତୋଷ ସାହୁ, ଭୁବନଶ୍ବର ଅଟୋ ମହାସଂଘ ଉପ ସଭାପତି ସୟଦ ଅଲ୍ଲୀ ଜୁନେଦ ମଧ୍ୟ ସାମିଲ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details