ଓଡିଶା

odisha

By ETV Bharat Odisha Team

Published : Jan 9, 2024, 8:35 PM IST

ETV Bharat / state

ବିଶ୍ବରଞ୍ଜନ ମହାନ୍ତି ହେଲେ ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ

PCC Media Cell Chairman: ଡଃ ବିଶ୍ବରଞ୍ଜନ ମହାନ୍ତି ଓଡ଼ିଶା କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ନିଯୁକ୍ତ । ଗଣେଶ୍ବର ବେହେରାଙ୍କୁ ଦାୟିତ୍ବ ମୁକ୍ତ କରି ବିଶ୍ବରଞ୍ଜନଙ୍କୁ ଗୁରୁଦାୟିତ୍ବ ଦେଲା ଏଆଇସିସି । ଅଧିକ ପଢ଼ନ୍ତୁ...

ବିଶ୍ବରଞ୍ଜନ ମହାନ୍ତି ହେଲେ ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ
ବିଶ୍ବରଞ୍ଜନ ମହାନ୍ତି ହେଲେ ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ

ଭୁବନେଶ୍ବର: ଡକ୍ଟର ବିଶ୍ବରଞ୍ଜନ ମହାନ୍ତି ହେଲେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ । ଆଜି ଏଆଇସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ କଂଗ୍ରେସ ଏବେ ଅଧିକ ସଂଗଠିତ ହେବା ସହ ତୃଣମୂଳସ୍ତରରେ ଅଧିକ ଆସ୍ଥାଭାଜନ ହେବା ନେଇ ଏଆଇସିସି ପକ୍ଷରୁ ଗୁରୁତ୍ବ ଦିଆଯାଉଛି । ପ୍ରଦେଶ କଂଗ୍ରେସର ଟିମ ଗଠନ ପରେ ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ତତ୍ପରତା ପ୍ରକାଶ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି । ନିକଟରେ ପ୍ରଭାରୀ ପରିବର୍ତ୍ତନ କରାଯାଇ ନୂଆ ପ୍ରଭାରୀ ଭାବେ ଡଃ ଅଜୟ କୁମାରଙ୍କୁ ଦାୟିତ୍ବ ଦିଆଯାଇଥିଲା ।

ବିଶ୍ବରଞ୍ଜନ ମହାନ୍ତି ହେଲେ ପିସିସି ମିଡିଆ ସେଲ୍‌ ଅଧ୍ୟକ୍ଷ

ଡକ୍ଟର ବିଶ୍ବରଞ୍ଜନ ମହାନ୍ତି ହେଉଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସର ଜଣେ ଯୁବ ଅନୁଭବୀ ନେତା । ପୂର୍ବରୁ ସେ ଗୁଜରାଟ ଭଳି ରାଜ୍ୟରେ ସହ ପ୍ରଭାରୀ ଭାବେ କାର୍ଯ୍ୟ ତୁଲାଇ ସାରିଛନ୍ତି । ଏକଦା ଗାନ୍ଧୀ ପରିବାରର ଏକ ପ୍ରିୟ ଯୁବନେତା ଭାବେ ପରିଚିତ ବିଶ୍ବରଞ୍ଜନ ଦୀର୍ଘଦିନ ଧରି ଓଡିଶା କଂଗ୍ରେସରେ ଅବହେଳିତ ହେବା ଭଳି ଅନୁଭୁତ ହେଉଥିଲେ । ହେଲେ ଆଜି ତାଙ୍କୁ ପୁଣିଥରେ ଦଳରେ ମିଳିଛି ଗୁରୁଦାୟିତ୍ବ । ବିଶ୍ବରଞ୍ଜନଙ୍କ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ଆଜି ଗଣେଶ୍ବରଙ୍କୁ ଏହି ଦାୟିତ୍ବରୁ ମୁକ୍ତ କରି ଡଃ ବିଶ୍ବରଞ୍ଜନ ମହାନ୍ତିଙ୍କୁ ଦାୟିତ୍ବ ଦେଇଛି ଦଳ । ସୋସିଆଲ ମିଡିଆ ଯୁଗରେ ନିର୍ବାଚନ ପୂର୍ବରୁ ଗଣମାଧ୍ୟମ ଏବଂ ଡିଜିଟାଲ ସେଲ୍‌ ଦଳର ପ୍ରଚାର ପ୍ରସାର କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଡଃ ବିଶ୍ବରଞ୍ଜନ ମହାନ୍ତିଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବାରେ ସହାୟକ ହୋଇପାରେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...କଂଗ୍ରେସ ନେତାଙ୍କୁ ନାଲି ଆଖି, କାମ ନକଲେ ପଦ ଛାଡ଼: ପ୍ରଭାରୀ ଅଜୟ କୁମାର

ଓଡ଼ିଶା କଂଗ୍ରେସ ପ୍ରଭାରୀ ଭାବେ ଝାଡଖଣ୍ଡର ପୂର୍ବତନ ସାଂସଦ ଡଃ ଅଜୟ କୁମାର ଦାୟିତ୍ବ ନେବା ପରେ ଦଳକୁ କ୍ରିୟାଶୀଳ କରାଇବା ଦିଗରେ ଲାଗି ପଡ଼ିଛନ୍ତି ଦଳୀୟ ନେତା ଓ କର୍ମୀ । ଏପରିକି ଯିଏ ଦଳୀୟ କାର୍ଯ୍ୟ କରି ନପାରିବ, ତାକୁ ଦାୟିତ୍ବ ଛାଡ଼ିବା ପାଇଁ ମଧ୍ୟ ସିଧାସଳଖ ଶୁଣାଇ ଦେଇଛନ୍ତି ନବନିଯୁକ୍ତ ପ୍ରଭାରୀ । ତେବେ ଓଡ଼ିଶା ଦାୟିତ୍ବ ନେବା ପୂର୍ବରୁ ତେଲଙ୍ଗାନାରେ କଂଗ୍ରେସର ବିଶାଳ ବିଜୟରେ ଡଃ ଅଜୟ କୁମାର ପ୍ରମୁଖ ଭୂମିକା ନେଇଥିଲେ । ସେଠାରେ ସୋସିଆଲ ମିଡିଆ ହିଁ କଂଗ୍ରେସକୁ ପ୍ରଚାରରେ ବଡ଼ ସହାୟକ ହୋଇଥିଲା ବୋଲି ସ୍ବୀକାର କରିଥିଲେ ଅଜୟ କୁମାର । ଏବେ ସେ ଓଡ଼ିଶାରେ ମଧ୍ୟ ସମାନ ଫଣ୍ଡା ଆପଣେଇବାକୁ ଯାଉଛନ୍ତି । ଯେଉଁ କାରଣରୁ ଗଣେଶ୍ବରଙ୍କୁ ହଟାଇ ବିଶ୍ବରଞ୍ଜନଙ୍କୁ ଦାୟିତ୍ବ ଦେଇଛନ୍ତି । ହେଲେ ଏହା କଂଗ୍ରେସକୁ ଓଡ଼ିଶାରେ କେତେ ସଫଳତା ଦେଉଛି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details