ଓଡିଶା

odisha

By

Published : Feb 22, 2023, 7:56 AM IST

ETV Bharat / state

2027 ସୁଦ୍ଧା ଓଡିଶାରୁ ଦମନ ହେବ ମ୍ୟାଲେରିଆ: ସ୍ୱାସ୍ଥ୍ୟ ବିଭାଗ

2027 ସୁଦ୍ଧା ଓଡିଶାରୁ ମ୍ୟାଲେରିଆକୁ ଦମନ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

2027 ସୁଦ୍ଧା ଓଡିଶାରୁ ଦମନ ହେବ ମ୍ୟାଲେରିଆ
2027 ସୁଦ୍ଧା ଓଡିଶାରୁ ଦମନ ହେବ ମ୍ୟାଲେରିଆ

2027 ସୁଦ୍ଧା ଓଡିଶାରୁ ଦମନ ହେବ ମ୍ୟାଲେରିଆ

ଭୁବନେଶ୍ବର:ଓଡିଶାରୁ ଦୂର ହେବ ମ୍ୟାଲେରିଆ । ପ୍ରୟତନ ନାମକ ଏକ ସଂଗଠନ, ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ସହ ଚୁକ୍ତି ସ୍ଵାକ୍ଷରିତ ହୋଇଛି l ଆଗାମୀ 2027 ସୁଦ୍ଧା ଓଡିଶାରେ ସମ୍ପୂର୍ଣ୍ଣ ଦମନ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ l 2027 ସୁଦ୍ଧା ଓଡିଶାରେ ମ୍ୟାଲେରିଆ ଦମନ ପାଇଁ ସ୍ୱାସ୍ଥ୍ୟ ବିଭାଗର ଚୁକ୍ତି ହୋଇଥିବା ସୂଚନା ରହିଛି ।

ଆଗାମୀ 5 ବର୍ଷ ପାଇଁ ପ୍ରୟତନ ଓ ମ୍ୟାଲେରିଆ ନୋ ମୋର ସହ ଓଡିଶା ସ୍ୱାସ୍ଥ୍ୟ ବିଭାଗର MOU ହୋଇଛି l ଓଡିଶାରେ 10 ଟି ମ୍ୟାଲେରିଆ ପ୍ରବଣ ଜିଲ୍ଲାରେ କାର୍ଯ୍ୟକ୍ରମ ଓ ସଚେତନତା ଆହୁରି ବ୍ୟାପକ ହେବା ନେଇ ଲକ୍ଷ୍ୟ ରଖାଯାଇଛି । କୋରାପୁଟ ଓ ମାଲକାନଗିରି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ନେଇ ନୋ ମୋର ମ୍ୟାଲେରିଆର ନିର୍ଦ୍ଦେଶକ କହିଛନ୍ତି l ସେପଟେ 2027 ସୁଦ୍ଧା ଓଡିଶାରେ ମ୍ୟାଲେରିଆ ସମ୍ପୂର୍ଣ୍ଣ ମୁକ୍ତ କରିବା ଲକ୍ଷ୍ୟକୁ ସଫଳ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଯୋଡ଼ି ହୋଇଥିବା ସଂସ୍ଥାମାନେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି l ଏମଏନଏମ 2018 ମସିହାରୁ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ଓ ବିଲୋପ କାର୍ଯ୍ୟକ୍ରମକୁ ନେଇ ସରକାରଙ୍କୁ ସମର୍ଥନ କରିଆସୁଛି l ଉଭୟ ଫର୍ମାଲ ଓ ଇନଫର୍ମାଲ ବେସରକାରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଚୁକ୍ତି ଦ୍ୱାରା ମ୍ୟାଲେରିଆ ଚି଼ହ୍ନଟ ଓ ଚିକିତ୍ସାକୁ ତ୍ୱରାନ୍ୱିତ କରିହେବ l ମ୍ୟାଲେରିଆ ସମ୍ପୂର୍ଣ୍ଣ ଦମନ ପାଇଁ ତୃଣମୂଳସ୍ତରରୁ ଲୋକମାନଙ୍କୁ ସଚେତନ କରିବା ସହ ସଠିକ କାର୍ଯ୍ୟକ୍ରମ ନିହାତି ଆବଶ୍ୟକ ଅଟେ।

ତେବେ ତଥ୍ୟ ଅନୁଯାୟୀ, ମ୍ୟାଲେରିଆ ମୁକ୍ତ ହେବ ଓଡ଼ିଶା । ମ୍ୟାଲେରିଆ ନିରାକରଣ କ୍ଷେତରେ ରାଜ୍ୟକୁ ମିଳୁଛି ଆନ୍ତର୍ଜାତିକ ସ୍ଵୀକୃତି । ରାଜ୍ୟରେ ୨୦୧୭ ମସିହାଠାରୁ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ସଫଳତା ମିଲିଆସିଛି । ୨୦୧୬ ମସିହାରେ ୪.୫ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସରକାରଙ୍କର ମ୍ୟାଲେରିଆ ନିରାକରଣ ଦିଗରେ 'ଦମନ' ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏଥିରେ ୪୫ ହଜାର ଆଶାକର୍ମୀ, ସ୍ଵାସ୍ଥ୍ୟ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କର ନିରନ୍ତର ଉଦ୍ୟମ ଫଳରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୯୦ ପ୍ରତିଶତ ହ୍ରାସ ପାଇଛି । ୨୦୧୯ ମସିହାରେ ରାଜ୍ୟରେ ମ୍ୟାଲେରିଆ ଦୂରୀକରଣ ପାଇଁ ରାଜ୍ୟ ସରକାରଙ୍କ ସହ ମ୍ୟାଲେରିଆ ନୋ ମୋର କାର୍ଯ୍ୟକ୍ରମ କରାଯାଇଥିଲା । ଏହା ସରକାରଙ୍କର 3 ବର୍ଷ ଧରି ମ୍ୟାଲେରିଆ ନିରାକରଣ ଦିଗରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details