ଓଡିଶା

odisha

By

Published : Nov 1, 2019, 9:55 PM IST

ETV Bharat / state

ଲୁଟ ଉଦ୍ୟମ ବିଫଳ, ଲୁଟେରାକୁ ପୋଲିସରେ ଜିମା ଦେଲେ ଲୋକ

ଲୁଟେରାଙ୍କ ଲୁଟ ଉଦ୍ୟମ ପଣ୍ଡ । ଲୁଟେରାଙ୍କୁ କାବୁ କରି ପୋଲିସ ଜିମାରେ ଦେଲେ ସ୍ଥାନୀୟଲୋକେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଲୁଟେରାଙ୍କ ଲୁଟ ଉଦ୍ୟମ ପଣ୍ଡ କଲେ ସ୍ଥାନୀୟଲୋକେ । ଚତୁରତାର ସହ ଜଣେ ଲୁଟେରାକୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ସେମାନେ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ବିଜୁପୁର ଟୋଲଗେଟ୍ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନା ମୁତାବକ, ବୋଲଗଡ ଥାନା ଅନ୍ତର୍ଗତ ବିଜୁପୁର ଟୋଲଗେଟ୍ ନିକଟରେ ଜଣେ ମହିଳାଙ୍କଠାରୁ ସୁନା ଚେନ ଏବଂ 3 ହଜାର ଟଙ୍କା ଝାମ୍ପି ନେଇ ପଳାଉଥିଲେ ଦୁଇ ଲୁଟେରା । ଏହା ଦେଖି ସେମାନଙ୍କ ପଚରେ ଗୋଡାଇଥିଲେ ସ୍ଥାନୀୟଲୋକ । ଭୟରେ ଉଭୟ ଲୁଟେରା ବୋଲଗଡ ଓଭରବ୍ରିଜ୍ ନିକଟରେ ଗାଡି ଛାଡି ପଳାଇବାକୁ ଉଦ୍ୟମ କରିଥିଲେ । ତେବେ ଏହି ସମୟରେ ଜଣକୁ କାବୁ କରି ପୋଲିସ ଜିମାରେ ଦେଇଥିଲେ। ସେପଟେ ଅନ୍ୟ ଜଣେ ଲୁଟେରା ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

ଲୁଟର ଶିକାର ହୋଇଥିବା ମହିଳା ଜଣଙ୍କ ବିଜୁପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ ପୋଲିସ ଘଟଣା ଅଧିକ ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details