ଓଡିଶା

odisha

By

Published : Apr 28, 2023, 8:56 PM IST

ETV Bharat / state

ଜେଲରେ କଏଦୀଙ୍କ ମାନସିକ ସ୍ଥିତି ନେଇ ଚିନ୍ତା, ପ୍ରଥମକରି ଓଡିଶାରେ ନିଯୁକ୍ତ ହେଲେ ମନସ୍ତତ୍ବବିତ୍

ଅପରାଧୀଙ୍କ ମାନସିକ ସ୍ଥିତି ଜାଣିବାକୁ କଏଦୀ ଓ କାରାଗାର ନିର୍ଦ୍ଦେଶାଳୟ ଅଭିନବ ପ୍ରୟାସ । ଜେଲରେ କଏଦୀଙ୍କ ମାନସିକ ସ୍ଥିତି ଉପରେ ନଜର ରଖିବାକୁ ନିଯୁକ୍ତି ପାଇଲେ ୨୬ ଜଣ ମାନସିକ ଚିକିତ୍ସକ । ଅଧିକ ପଢ଼ନ୍ତୁ

କଏଦୀଙ୍କ ମାନସିକ ସ୍ଥିତି ଉପରେ ଧ୍ୟାନ ଦେବାକୁ ନିଯୁକ୍ତ ହେଲେ ମନସ୍ତତ୍ବବିତ୍
କଏଦୀଙ୍କ ମାନସିକ ସ୍ଥିତି ଉପରେ ଧ୍ୟାନ ଦେବାକୁ ନିଯୁକ୍ତ ହେଲେ ମନସ୍ତତ୍ବବିତ୍

କଏଦୀଙ୍କ ମାନସିକ ସ୍ଥିତି ଉପରେ ଧ୍ୟାନ ଦେବାକୁ ନିଯୁକ୍ତ ହେଲେ ମନସ୍ତତ୍ବବିତ୍

ଭୁବନେଶ୍ବର: ଅପରାଧୀଙ୍କ ମାନସିକ ସ୍ଥିତି ଜାଣିବାକୁ ପ୍ରୟାସ । ଭାରତରେ ପ୍ରଥମ କରି ଓଡ଼ିଶାରେ ମନସ୍ତତ୍ତ୍ୱବିତ୍ ନିଯୁକ୍ତ । ଏକକାଳୀନ ଭାବେ ୩୩ଟି ପଦବୀ ପୂରଣ ହୋଇଥିବା ବେଳେ ଯୋଗ ଦେଇଛନ୍ତି ୨୬ ଜଣ ମନସ୍ତତ୍ବବିତ୍ । ଏନେଇ କଏଦୀ ଓ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଛି ସୂଚନା । ୩୩ ଜଣଙ୍କ ମଧ୍ୟରୁ ଯୋଗ ଦେଇଛନ୍ତି ୨୬ ଜଣ ମାନସିକ ଚିକିତ୍ସକ । ଯେଉଁଥିରେ ୧୪ ଜଣ ହେଉଛନ୍ତି ମନସ୍ତତ୍ତ୍ୱବିତ୍ ଡାକ୍ତର ଓ ୧୨ ଜଣ ହେଉଛନ୍ତି ମାନସିକ ବିଶେଷଜ୍ଞ । ଏନେଇ କାରାଗାର ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଡିଆଇଜି ଶୁଭକାନ୍ତ ମିଶ୍ରଙ୍କ ସୂଚନା ମୁତାବକ, ଯେଉଁ ଜେଲରେ ଅଧିକ ମାନସିକ ରୋଗୀ ବା ମାନସିକ ରୋଗରେ ଆକ୍ରାନ୍ତ କଏଦୀ ରହୁଛନ୍ତି, ସେହିଭଳି କଏଦୀଙ୍କୁ ଏକ ବ୍ୟକ୍ତିଗତ ଦୃଷ୍ଟାନ୍ତ ଭାବେ ନିରିକ୍ଷଣ କରିବେ ଏହି ମାନସିକ ବିଶେଷଜ୍ଞ । ମନିଟର କରିବା ସହ ଜେଲର ଅନ୍ୟ କଏଦୀ ମାନଙ୍କର ସ୍ବଭାବ ଓ ଲକ୍ଷଣ ସବୁ ନିରୀକ୍ଷଣ କରିବେ । ମୋଟାମୋଟି କହିବାକୁ ଗଲେ ପ୍ରାଥମିକ ପର୍ଯାୟରେ ୨୦ଟି ଜେଲରେ ଏପରି ନବ ନିଯୁକ୍ତ ମନସ୍ତତ୍ତ୍ୱବିତ୍‌ମାନଙ୍କୁ ନିଯୁକ୍ତ କରାଯାଇ କଏଦୀ ମାନଙ୍କର ମାନସିକ ସ୍ଥିତି ଉପରେ ନଜର ରଖାଯିବ । ରାଜ୍ୟରେ ୮୭ଟି ଜେଲ୍‌ ଥିବାବେଳେ ୨୦ଟି ବଡ଼ବଡ଼ ଜେଲ୍‌ରେ ମାନସିକ ସ୍ଥିତି ଠିକ୍‌ ନଥିବା କଏଦୀମାନଙ୍କୁ ରଖି ଏପରି ଚିକିତ୍ସା କରାଯିବ । ଫଳରେ କଏଦୀମାନଙ୍କ ମଧ୍ୟରେ ଦେଖା ଦେଉଥିବା ସମସ୍ୟା ଦୂର କରାଯାଇପାରିବ ।

ତେବେ ସାରା ଦେଶରେ ପ୍ରଥମ କରି ଓଡ଼ିଶାରେ ଏପରି ପଦକ୍ଷେପ ନିଆଯାଇଛି । ଓଡିଶାରେ ଏତେ ମାତ୍ରାରେ ମନସ୍ତତ୍ବବିତ ନିଯୁକ୍ତ କରି କଏଦୀ ମାନଙ୍କ ମାନସିକ ସ୍ଥିତି ଉପରେ ନଜର ରଖିବା ଉପରେ ଗୁରୁତ୍ବ ଦେଇଛି କଏଦୀ ଓ କାରାଗାର ନିର୍ଦ୍ଦେଶାଳୟ । କିଛିଦିନ ତଳେ ଗୋବିନ୍ଦ ସାହୁ ମୃତ୍ୟୁ ଘଟଣା ପରେ ଏନେଇ ସୃଷ୍ଟି ହୋଇଥିଲା ହଟଚମଟ । କିପରି ଜଣେ ରାଜ୍ୟର ଏକ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଜେଲ ଭିତରେ ଆତ୍ମହତ୍ୟା କଲେ, ସେନେଇ ଚର୍ଚ୍ଚା ହୋଇଥିଲା । ପରେ ପରେ ଝାରସୁଗୁଡ଼ାରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ଗୋପାଳ ଦାସଙ୍କୁ ଗିରଫ କରି ଜେଲରେ ରଖାଯାଇଛି । ଯାହାର‌ ମାନସିକ ସ୍ଥିତି ନେଇ ମଧ୍ୟ ନଜର ରଖିବାକୁ ସେତେବେଳେ ତତ୍ପରତା ଦେଖାଇଥିଲା ଜେଲ ବିଭାଗ ।

ତେବେ ଏହିଭଳି ଭାବେ ଅନେକ ବଡ଼ ବଡ଼ ମାମଲାରେ ଗିରଫ ହୋଇ ଜେଲକୁ ଆସୁଥିବା ବିଚାରାଧିନ କଏଦୀ ହେଉ ବା ସଜ୍ଜା କାଟୁଥିବା କଏଦୀ ଜେଲର ଚାରିକାନ୍ଥ ଭିତରେ ରହି ନିଜର ମାନସିକ ସ୍ଥିତି ନିୟନ୍ତ୍ରଣ ହରାଇବା ସ୍ବାଭାବିକ । ଫଳରେ ସେମାନେ କିଛି ଭୁଲ ନିଷ୍ପତି ମଧ୍ୟ ନେଇଥାନ୍ତି । ଜେଲ ଭିତରେ କାହାକୁ ଆକ୍ରମଣ କରିବା ବା ନିଜେ ନିଜର କିଛି କ୍ଷତି କରିଥାନ୍ତି । ଏପରିକି ଅନେକ ଅପରାଧି ମାନସିକ ଚାପ ମଧ୍ୟରେ ଜେଲରୁ ବାହାରି ଆହୁରି ଅଧିକ ଅପରାଧ ଘଟାଇଥାଆନ୍ତି । ତେଣୁ ସେସବୁକୁ ଦୃଷ୍ଟିରେ ରଖି ଏହି ଦିଗରେ ଏକ ସଂସ୍କାର ଆଣିବାକୁ ଏଭଳି ଏକ ନିଷ୍ପତି ନେଇଥିଲା କଏଦୀ ଓ କାରଗାର ନିର୍ଦ୍ଦେଶାଳୟ । ଏନେଇ ହାଇକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ରହିଥିଲା । ଶେଷରେ ଏତେ ମାତ୍ରାରେ ମନସ୍ତତ୍ବବିତ ନିଯୁକ୍ତ ହୋଇଛନ୍ତି । ଯେଉଁମାନେ କଏଦୀଙ୍କ ମାନସିକ ସ୍ଥିତି ଉପରେ ନଜର ରଖିବେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details