ଖୋର୍ଦ୍ଧା:କେନ୍ଦ୍ର ସରକାରଙ୍କ ପାରିତ ନୂତନ କୃଷି ବିଲକୁ ସାରା ଦେଶର ଚାଷୀମାନଙ୍କର ବିରୋଧ ଚାଲିଛି । କୃଷି ଆଇନକୁ ବିରୋଧ କରି ରାଜରାସ୍ତାରକୁ ଓହ୍ଲାଇଛନ୍ତି ହଜାର ହଜାର ଚାଷୀ । ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୃଷି ଆଇନକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ହୋଇଥିବାର ଦେଖିବାକୁ ମିଳିଛି ।
ନୂତନ କୃଷି ଆଇନ ପାରିତ ହେବା ପରଠୁ ସାରା ରାଜ୍ୟରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସରକାରଙ୍କର ନୂତନ କୃଷି ଆଇନ ପ୍ରଣୟନ କୃଷକମାନଙ୍କୁ ମାରଣା ନୀତି ଭଳି କହି ସରକାରଙ୍କ ଉପରେ ବର୍ଷିଛନ୍ତି ଖୋର୍ଦ୍ଧା ଜିଲ୍ଲାର କୃଷକ ସଙ୍ଗଠନ । ଏ ନେଇ ପାଞ୍ଚ ଦଫା ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି ବିଭିନ୍ନ କୃଷି ସଙ୍ଗଠନ ।