ଓଡିଶା

odisha

By

Published : Jan 6, 2023, 7:58 PM IST

ETV Bharat / state

ସରକାରୀ ମେଡିକାଲରେ ମଦ ପିଇ ମାତାଲ ଡାକ୍ତର, ଥାନାରେ ଅଭିଯୋଗ

ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଶ୍ରୀମୟ ମିଶ୍ର ମଦ ପିଇ ରୋଗୀ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି । ଏନେଇ ପଚାରିବାରୁ ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ଅସଭ୍ୟ ବ୍ୟବହାର କରିଥିଲେ ଡାକ୍ତର । ଅଧିକ ପଢ଼ନ୍ତୁ

ବାଲିପାଟଣା ମେଡିକାଲରେ ମଦ ପିଉଛନ୍ତି ଡାକ୍ତର
ବାଲିପାଟଣା ମେଡିକାଲରେ ମଦ ପିଉଛନ୍ତି ଡାକ୍ତର

ବାଲିପାଟଣା ମେଡିକାଲରେ ମଦ ପିଉଛନ୍ତି ଡାକ୍ତର

ନିଆଳି: ମଦ ନିଶାରେ ମାତାଲ ହୋଇ ରୋଗୀ ଚିକିତ୍ସା କରୁଛନ୍ତି ଡାକ୍ତର । ଏପରିକି ତାଙ୍କ ଆଲମାରି ଥାକରେ ମଧ୍ୟ ମଦ ବୋତଲ ରଖା ହୋଇଥିବା ଦେଖିବାକୁ ମିଳିଛି । ଏତେ ମଦ ପିଇଛନ୍ତି ଯେ, ଠିକରେ ଛିଡ଼ା ମଧ୍ୟ ହୋଇ ପାରୁନାହାନ୍ତି । ଏନେଇ ପଚାରିବାରୁ ରୋଗୀଙ୍କୁ ଖରାପ ବ୍ୟବହାର ମଧ୍ୟ କରିଛନ୍ତି ଡାକ୍ତର । ଏହାର ଭିଡିଓ ଉତ୍ତୋଳନ ସହ ଥାନାରେ ଅଭିଯୋଗ କରିଛନ୍ତି ଚିକିତ୍ସା ପାଇଁ ଯାଇଥିବା ବ୍ୟକ୍ତି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ମଦୁଆ ଡାକ୍ତର ଜଣଙ୍କ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଶ୍ରୀମୟ ମିଶ୍ର ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୧.୩୦ରେ କୁଳନ୍ତିରା ଗ୍ରାମର ସମ୍ବିତ ରାୟ ଓ ତାଙ୍କ ପତ୍ନୀ ଅସୁସ୍ଥ ପୁଅକୁ ନେଇ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଡାକ୍ତର ଶ୍ରୀମୟ ମିଶ୍ର ସେଠାରେ ଡ୍ୟୁଟିରେ ଥିଲେ । କିନ୍ତୁ ସମ୍ବିତ ତାଙ୍କୁ ଡାକିବାର ୩୦ ମିନିଟ୍ ପର୍ଯ୍ୟନ୍ତ ମଧ୍ୟ ରୁମ୍ ଭିତରୁ ବାହାରି ନଥିଲେ ଡାକ୍ତର ବାବୁ । ରୁମ୍‌ରୁ ଓପିଡିକୁ ବାହାରିବା ବେଳକୁ ସେ ନିଶାରେ ଚୁର୍ ଥିଲେ । ମଦ ପିଇବାକୁ ନେଇ ସମ୍ବିତ ପ୍ରତିବାଦ କରିବାରୁ ତାଙ୍କୁ ଅସଭ୍ୟ ବ୍ୟବହାର କରିଥିଲେ ଡାକ୍ତର । ପରେ ସମ୍ବିତ ତାଙ୍କ ପୁଅକୁ ସେଠାରୁ ଅନ୍ୟ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ ।

ତେବେ ଡାକ୍ତର ବାବୁଙ୍କର ଏଭଳି କାରନାମା ଭିଡିଓ ସହିତ ଭାଇରାଲ ହେବାପରେ ସାଧାରଣରେ ଏହାକୁ ନିନ୍ଦା କରାଯାଇଛି । ଡାକ୍ତରଖାନାରେ ଡାକ୍ତର ଏପରି ମଦ ପିଇଲେ ରୋଗୀଙ୍କ ଅବସ୍ଥା କଣ ହେବ, ସେନେଇ ପ୍ରଶ୍ନ ଉଠିଛି । ଏନେଇ ସମ୍ବିତ ମଦ୍ୟପ ଡାକ୍ତରଙ୍କ ବିରୋଧରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଏଭଳି ଅଭିଯୋଗ ନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details