ଓଡିଶା

odisha

By

Published : Sep 27, 2019, 11:32 PM IST

ETV Bharat / state

ବୌଦ୍ଧରେ ପୁଣି ତେଜିଲା ଆରଡିସି ପ୍ରସଙ୍ଗ

ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରିବା ଦାବି ନେଇ ଆନ୍ଦୋଳନର ଚେତାବନୀ ଦେଲେ ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବୌଦ୍ଧ: ଦୀର୍ଘ ବର୍ଷର ଆରଡିସି ପ୍ରସଙ୍ଗ ଦାବି ନେଇ ବୌଦ୍ଧ ଜିଲ୍ଲାବାସୀଙ୍କ ଚରମ ନିଷ୍ପତ୍ତି । ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରିବା ଦାବି ନେଇ ଆନ୍ଦୋଳନର ଚେତାବନୀ ଦେଲେ ଜିଲ୍ଲାବାସୀ । ଏନେଇ ଜିଲ୍ଲା ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବୌଦ୍ଧ ଜିଲ୍ଲାର ପରମ୍ପରା, ଚଳଣୀ ଓ ସଂସ୍କୃତି ସମ୍ପୂର୍ଣ୍ଣ ରୂପେ ପଶ୍ଚିମ ଓଡିଶା ସହ ସଂଶ୍ଳିଷ୍ଟ । ଏଥିସହ ପଶ୍ଚିମ ଓଡିଶା ବିକାଶ ପରିଷଦର ମଧ୍ୟ ଅଂଶ ବିଶେଷ । ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟ ପଶ୍ଚିମ ଓଡିଶା ସହ ମେଳ ଖାଉଥିବାବେଳେ ରାଜସ୍ବ ଭୌଗୋଳିକ ମାନଚିତ୍ରରେ ଏହା ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଅଧିନରେ ଆସୁଥିବା ଯୋଗୁଁ ଜିଲ୍ଲାବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦୀର୍ଘବର୍ଷରୁ ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରିବା ପାଇଁ ଦାବି କରି ଦୁଇ ଆରଡିସିଙ୍କ ସ୍ବୀକୃତି ସତ୍ତ୍ବେ ଆଜିଯାଏଁ ତାହା କାର୍ଯ୍ୟକାରୀ ନହେବା ଯୋଗୁଁ ଜିଲ୍ଲାବାସୀ କ୍ଷୁବ୍ଧ । ୨୦୦୪ ମସିହାରୁ ଲଗାତାର ଏହି ଦାବିକୁ ନେଇ ପୁଣି ଝଡ ସୃଷ୍ଟି ହୋଇଛି । ଯଦି ଖୁବଶୀଘ୍ର ବୌଦ୍ଧ ଜିଲ୍ଲାକୁ ସମ୍ବଲପୁର ରାଜସ୍ବ ମଣ୍ଡଳକୁ ସ୍ଥାନାନ୍ତର କରା ନଯାଏ, ତେବେ ତୀବ୍ର ଆନ୍ଦୋଳନ ହେବ ବୋଲି ଓକିଲ ସଂଘ ଚେତାବନୀ ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details