ଓଡିଶା

odisha

By ETV Bharat Odisha Team

Published : Oct 23, 2023, 4:23 PM IST

ETV Bharat / state

ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ବଡ ବାତ୍ୟା, ଓଡିଶାରେ ପଡିବନି ପ୍ରଭାବ: IMD

୬ ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ। ଆସନ୍ତାକାଲିଠାରୁ ପବନର ବେଗ ବଢିବ । ବିଶେଷ କରି ବାତ୍ୟାର ପ୍ରଭାବ ଓଡିଶା ଉପରେ ନଥିବା ଆକଳନ କରାଯାଇଛି । ଅଧିକ ପଢନ୍ତୁ

deep depression over bay of bengal
ବାତ୍ୟାର ରୂପ ନେବ ଗଭୀର ଅବପାତ

ବାତ୍ୟାର ରୂପ ନେବ ଗଭୀର ଅବପାତ

ଭୁବନେଶ୍ବର:ଆସନ୍ତା୬ ଘଣ୍ଟାରେ ବାତ୍ୟାର ରୂପ ନେବ ଗଭୀର ଅବପାତ। ଏହି ଅବପାତ ଉତ୍ତର ପୂର୍ବ ଦିଗରେ ପାଖାପାଖି ୧୩ କିଲୋମିଟର ବେଗରେ ଅଗ୍ରସର ହେଉଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ବର୍ତ୍ତମାନ ଏହା ୩୬୦ କିଲୋମିଟର ଦୂରରେ ଦକ୍ଷିଣରେ ପାରାଦ୍ବୀପ ଠାରୁ ଓ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଦିଗରେ ପଶ୍ଚିମବଙ୍ଗର ଦୀଘାଠାରୁ ୫୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ବାତ୍ୟାରେ ପରିଣତ ହେବ ପରେ ବାଂଲାଦେଶରେ ୨୫ ତାରିଖ ସନ୍ଧ୍ୟାବେଳେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ପବନର ବେଗ ବୃଦ୍ଧି ପାଇବ । ଆଜି ୪୦ ରୁ ୫୦ ତଥା ସର୍ବାଧିକ ୬୦ କିଲୋମିଟର ଯାଏଁ ପବନ ବହିବାର ସମ୍ଭାବନା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ପବନର ବେଗ ବଢି ୭୦ କିଲୋମିଟର ପର୍ଯ୍ୟନ୍ତ ରହିବ । ବିଶେଷ କରି ବାତ୍ୟାର ପ୍ରଭାବ ଓଡିଶା ଉପରେ ନଥିବା ଆକଳନ କରାଯାଇଛି ।

ଏହାକୁ ନେଇ ୨୩ ରୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଏହାସହ ପୋର୍ଟ ଗୁଡିକୁ ୩ ନମ୍ବର ସଂକେତ ଜାରି କରାଯଇଛି । ଅନ୍ୟପଟେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ନେଇ ରାଜ୍ୟରେ ହାଲୁକରୁ ମଧ୍ୟ ଧରଣର ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଗତକାଲି ଠାରୁ ଉପକୂଳରେ ଝିପି ଝିପି ବର୍ଷ ଜାରି ରହିଛି। ବିଶେଷ କରି ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ପୁରୀ ଏହି ୪ ଜିଲ୍ଲାରେ ବୃଷ୍ଟିପାତର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରୁଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ ଏହି ୩ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ବି ପଢନ୍ତୁ...ସକ୍ରିୟ ହେଲା ଲଘୁଚାପ କ୍ଷେତ୍ର, ୪୮ ଘଣ୍ଟା ମଧ୍ୟରେ ନେବ ସୁଦୃଶ୍ୟ ଲଘୁଚାପର ରୂପ

ସେହିପରି ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏହି ୪ ଜିଲ୍ଲାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅବଶିଷ୍ଟ ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା 2ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୨୫ ତାରିଖ ଯାଏଁ ପ୍ରଭାବ ରହିବା ସହ ସ୍ଥଳଭାଗ ବାତ୍ୟା ଛୁଇଁବା ପରେ ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ । ସେହିପରି ୨୭ ତାରିଖ ପରଠାରୁ ପୁଣି ଥରେ ପାଗ ଶୁଖିଲା ହେବ। ବିଶେଷ କରି ସମ୍ଭାବ୍ୟ ବାତ୍ୟା ଓଡିଶାରୁ ଯଥେଷ୍ଟ ଦୂରରେ ରହୁଥିବାରୁ ଓଡ଼ିଶାରେ ବାତ୍ୟା ଭୟ ନାହିଁ ବୋଲି କହିଛି ପାଣିପାଗ ବିଭାଗ । କେବଳ ବାତ୍ୟାର ବାହ୍ୟ ବଳୟ ପ୍ରଭାବରେ ବର୍ଷା ସହ ପବନର ସମ୍ଭାବନା ଥିବାରୁ କେବଳ ସମୁଦ୍ର ମଧ୍ୟରେ ଏହାର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details