ଓଡିଶା

odisha

By

Published : Jul 22, 2023, 11:40 AM IST

ETV Bharat / state

Narayan Jena Suspended: ଦଳ ବିରୋଧି କାର୍ଯ୍ୟ ପାଇଁ ନାରାୟଣ ଜେନା କଂଗ୍ରେସରୁ ବହିଷ୍କୃତ

ଦଳ ବିରୋଧି କାର୍ଯ୍ୟ ପାଇଁ ପୁଣି ଜଣେ କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଦଳରୁ ବହିଷ୍କୃତ ହେଲେ ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନା । ଅଧିକ ପଢନ୍ତୁ

ଦଳ ବିରୋଧି କାର୍ଯ୍ୟ ପାଇଁ ନାରାୟଣ ଜେନା କଂଗ୍ରେସରୁ ବହିଷ୍କୃତ
ଦଳ ବିରୋଧି କାର୍ଯ୍ୟ ପାଇଁ ନାରାୟଣ ଜେନା କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ବର: ଦଳ ବିରୋଧି କାର୍ଯ୍ୟ ପଡିଲା ମହିଙ୍ଗା । କଂଗ୍ରେସରୁ ବହିଷ୍କୃତ ହେଲେ ପୁଣି ଜଣେ ନେତା । ଦଳ ବିରୋଧି କାର୍ଯ୍ୟ ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ନାରାୟଣଙ୍କୁ ଦଳରୁ ବହିଷ୍କୃତ କରିଛି ରାଜ୍ୟ କଂଗ୍ରେସ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ବସିଥିବା କଂଗ୍ରେସ ଶୃଙ୍ଖଳା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କହିରଖୁଛୁ କି, ମୋକିମ ଓ ଚିରଞ୍ଜୀବଙ୍କ ନିଲମ୍ବନ ପରେ ନାରାୟଣ ଜେନା ପ୍ରେସମିଟ୍ କରି ପିସିସି ସଭାପତିଙ୍କ ଉପରେ ବର୍ଷିଥିଲେ ।

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପକ୍ଷରୁ ଏକ ବିବୃତ୍ତି ଜରିଆରେ କୁହାଯାଇଛି, ନାରାୟଣ ଜେନା କଂଗ୍ରେସ ଦଳ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ ଖୋଲାଖୋଲି କଟୁ ମନ୍ତବ୍ୟ ଦେଇ ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି । ଏହି ଦଳ ବିରୋଧି କାର୍ଯ୍ୟ ପାଇଁ ତାଙ୍କ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ କଂଗ୍ରେସ ନେତା ସାଲୁଜାଙ୍କ ବାସଭବନରେ ପିସିସି ଶୃଙ୍ଖଳ କମିଟି ବୈଠକ ବସିଥିଲା । ଏଥିରେ ଦଳର ବିଶୃଙ୍ଖଳାକାରୀଙ୍କ ଉପରେ ଆଲୋଚନା ହୋଇଥିଲା । ଯେଉଁମାନେ ଦଳର ନିୟମକୁ ମାନୁ ନାହାଁନ୍ତି ସେମାନଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହାସହିତ ୨୦୨୪ ସାଧାରଣ ନିର୍ବାଚନକୁ ମାସ କେଇଟା ବାକି ଥିବାରୁ ଦଳର ସ୍ଥିତି ସୁଦୃଢ କରିବା ପ୍ରସଙ୍ଗରେ ଶୃଙ୍ଖଳ କମିଟି ବୈଠକରେ ଆଲୋଚନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ସନ୍ତୋଷ ସିଂ ସାଲୁଜାଙ୍କ ଘରେ ଶୃଙ୍ଖଳା କମିଟି ବୈଠକ, କ'ଣ ହେବ ଦଳର ଆଭିମୁଖ୍ୟ?

କିଛି ଦିନ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଏହାକୁ ବିରୋଧର କରି ଦୁଇ ନେତାଙ୍କ ସମର୍ଥକ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଉଭୟଙ୍କ ନିଲମ୍ବନ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସମର୍ଥକମାନେ ଚେତାବନୀ ଦେଇଛନ୍ତି । କିନ୍ତୁ ଗତକାଲିର ଶୃଙ୍ଖଳା କମିଟି ବୈଠକରେ ମୋକିମ ଓ ଚିରଞ୍ଜୀବଙ୍କ ନିଲମ୍ବନ ପ୍ରତ୍ୟାହାର ନେଇ ଆଲୋଚନା କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details