ଓଡିଶା

odisha

ଡ୍ରୋନ ସାହାଯ୍ୟରେ ରାଜଧାନୀରେ ହେବ ମଶା ଦମନ

By

Published : Dec 15, 2022, 4:58 PM IST

ଡ୍ରୋନ୍ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯାଇ ଦମନ କରାଯିବ ମଶା । ଅଧିକ ପଢନ୍ତୁ

ଡ୍ରୋନ ସାହାଯ୍ୟରେ ରାଜଧାନୀରେ ହେବ ମଶା ଦମନ
ଡ୍ରୋନ ସାହାଯ୍ୟରେ ରାଜଧାନୀରେ ହେବ ମଶା ଦମନ

ଡ୍ରୋନ ସାହାଯ୍ୟରେ ରାଜଧାନୀରେ ହେବ ମଶା ଦମନ

ଭୁବନେଶ୍ବର:ଲୋକଙ୍କ ନିଦ ହଜାଇଛି ମଶା ବଂଶ ବୃଦ୍ଧି । ଏନେଇ ଡ୍ରୋନ ସାହାଯ୍ୟରେ ରାଜଧାନୀରେ ହେବ ମଶା ଦମନ । ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ ବ୍ୟାପକ ଚାଲିବ ଏହି ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ ।

ଅନ୍ୟପଟେ ଏନେଇ ଟିଫା ମେସିନ ଓ ଟିମ ସଂଖ୍ୟା ବଢିବ । ଟିଫା ମେସିନ ଯାଇପାରୁ ନ ଥିବା ଇଲାକା ଓ ଜଳଉତ୍ସ ଗୁଡିକରେ କେମିକାଲ ସ୍ପ୍ରେ କରିବାକୁ ଡ୍ରୋନ୍‌ର କରାଯିବ ବ୍ୟବହାର । ଏଥିସହ ଆକାଶ ମାର୍ଗରୁ ରସାୟନିକ ଔଷଧ ସିଞ୍ଚନ କରାଯିବ । ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି। ଏହାଛଡା ମଶା ବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ବୈଜ୍ଞାନିକଙ୍କ ପରାମର୍ଶ ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details