ଓଡିଶା

odisha

ଲାଞ୍ଚ ନେଇ ଧରାପଡିଲେ ବ୍ଳକ କର୍ମଚାରୀ

By

Published : Jan 18, 2021, 7:01 PM IST

Updated : Jan 18, 2021, 7:23 PM IST

ଲାଞ୍ଚ ନେଇ ଧରାପଡିଲେ ବ୍ଳକ କର୍ମଚାରୀ
ଲାଞ୍ଚ ନେଇ ଧରାପଡିଲେ ବ୍ଳକ କର୍ମଚାରୀ

18:28 January 18

ବିବାହ ପ୍ରମାଣପତ୍ର ପାଇଁ ଲାଞ୍ଚ, ଭିଜିଲାନ୍ସ ହାତରେ ବୋଲଗଡ ବ୍ଳକ କର୍ମଚାରୀ

ଖୋର୍ଦ୍ଧା: ଲାଞ୍ଚ ନେଇ ଧରାପଡିଲେ ବୋଲଗଡ ବ୍ଳକର ଜିପିଇଓ ସେକ୍ସନରେ କାର୍ଯ୍ୟ କରୁଥିବା ପ୍ରଶାନ୍ତ କୁମାର ମହାପାତ୍ର । ବିବାହ ପ୍ରମାଣପତ୍ର କରାଦେବାକୁ କହି ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ଥାଉକି, ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଖଙ୍ଗୁରିଆ ପଞ୍ଚାୟତର ବିକାଶ କୁମାର ସ୍ଵାଇଁ ଏବଂ ତାଙ୍କ ଝିଆରୀ ଓ ମାଉସୀ ଝିଅ ଦୁଇଜଣଙ୍କର ବିବାହ ପ୍ରମାଣ ପତ୍ର ଆବଶ୍ୟକ ଥିଲା।  

ତେବେ ବ୍ଳକ କର୍ମଚାରୀ ପ୍ରଶାନ୍ତ କୁମାର ମହାପାତ୍ର ଏହା କରାଇଦେବାକୁ କହି ୩ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଖୋର୍ଦ୍ଧା ଭିଜିଲାନ୍ସ ଟିମ ହାତରେ ଧରାପଡିଥିଲେ । ଘଟଣା ସ୍ଥଳରେ ଭିଜିଲାନ୍ସ ବିଭାଗ ପ୍ରଶାନ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

Last Updated : Jan 18, 2021, 7:23 PM IST

ABOUT THE AUTHOR

...view details