ଓଡିଶା

odisha

By ETV Bharat Odisha Team

Published : Oct 31, 2023, 8:37 AM IST

Updated : Oct 31, 2023, 12:32 PM IST

ETV Bharat / state

ନଭେମ୍ବର ୩ରେ ଭାରତୀୟ କିଷାନ ସଂଘର କୃଷକ ଗର୍ଜନ ସମାବେଶ

21 ଦଫା ଦାବିରେ ନଭେମ୍ବର 3ରେ ଲୋୟର ପିଏମଜିରେ ରଣହୁଙ୍କାର ଦେବ ଭାରତୀୟ କିଷାନ ସଂଘ । ଆଗକୁ ପଢନ୍ତୁ

ନଭେମ୍ବର ୩ରେ ଭାରତୀୟ କିଷାନ ସଂଘର କୃଷକ ଗର୍ଜନ ସମାବେଶ
ନଭେମ୍ବର ୩ରେ ଭାରତୀୟ କିଷାନ ସଂଘର କୃଷକ ଗର୍ଜନ ସମାବେଶ

ନଭେମ୍ବର ୩ରେ ଭାରତୀୟ କିଷାନ ସଂଘର କୃଷକ ଗର୍ଜନ ସମାବେଶ

ଭୁବନେଶ୍ବର:ପୁଣି ମୁଣ୍ଡ ଟେକିଲା କୃଷକ ଆନ୍ଦୋଳନ । ନଭେମ୍ବର 3ରେ ବିଶାଳ ଆନ୍ଦୋଳନ କରିବ ଭାରତୀୟ କିଷାନ ସଂଘ । ଭୁବନେଶ୍ବରର ଲୋୟର ପିଏମଜିଠାରେ ଶତାଧିକ କୃଷକ ଏକାଠି ହୋଇ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବେ । ଏନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଧାନ କିଣାରେ କୁଇଣ୍ଟାଲ ପିଛା ୫୦୦ ଟଙ୍କା ପର୍ଯ୍ୟନ୍ତ ବୋନସ, କୃଷି କ୍ଷେତ୍ରରେ ବ୍ୟବହୃତ ବିଜୁଳିର ଦେୟ ମୁକ୍ତ କରିବା, ଟୋକନ ବ୍ୟବସ୍ଥାର ଉଚ୍ଛେଦ କରି ଚାଷୀଙ୍କର ଉତ୍ପାଦିତ ଧାନକୁ ମଣ୍ଡିର ସୁବ୍ୟବସ୍ତା କରାଯାଇ ବିକ୍ରି ଭଳି 21 ଦଫା ଦାବି ନେଇ ଏହି ବିକ୍ଷୋଭ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ରେଳ ରହଣି ଦାବିରେ ରେଳରୋକ, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚେତାବନୀ

ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ବିଭିନ୍ନ ସଂଗଠନ ପକ୍ଷରୁ ସଭାସମିତି, ଶୋଭାଯାତ୍ରା ଏବଂ ପ୍ରତିବାଦ ମଧ୍ୟ ସେତେ ଜୋରଦାର ଦେଖିବାକୁ ମିଳିଛି । ଏହି କ୍ରମରେ କୃଷକମାନଙ୍କ ପାଇଁ କାମ କରୁଥିବା ଭାରତୀୟ କିଷାନ ସଂଘ ମଧ୍ୟ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି । ନଭେମ୍ବର 3 ତାରିଖରେ ଲୋୟର ପିଏମଜିରେ ବିଶାଳ ଆନ୍ଦୋଳନର ଚେତାବନୀ ଦେଇଛି ସଂଘ । କୃଷି ସହ ଜଡିତ 21ଟି ଦାବି ନେଇ ଆନ୍ଦୋଳନ କରାଯିବ ଓ ଏଥିରେ ଓଡ଼ିଶାର ୩୦ ଜିଲ୍ଲା ଓ ୨୫୦ ବ୍ଲକରୁ ହଜାର ହଜାର ଚାଷୀ ଏକାଠି ହୋଇ ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଦେବେ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ରେଳ ରହଣି ଦାବିରେ ରେଳରୋକ, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଚେତାବନୀ

ତେବେ ଦାବିଗୁଡିକ ମଧ୍ୟରେ ବିଶେଷକରି ଧାନ କିଣାରେ କୁଇଣ୍ଟାଲ ପିଛା ୫୦୦ ଟଙ୍କା ପର୍ଯ୍ୟନ୍ତ ବୋନସ, କୃଷି କ୍ଷେତ୍ରରେ ବ୍ୟବହୃତ ବିଜୁଳିର ଦେୟ ମୁକ୍ତ କରିବା, ଟୋକନ୍‌ ବ୍ୟବସ୍ଥାର ଉଚ୍ଛେଦ କରି ଚାଷୀଙ୍କର ଉତ୍ପାଦିତ ଧାନକୁ ମଣ୍ଡିର ସୁବ୍ୟବସ୍ତା କରାଯାଇ ବିକ୍ରି, ଉଠା ଜଳସେଚନର ଓ ନଦୀ ବନ୍ଧା ଯୋଜନା ବ୍ୟାପକ କରାଯିବା ସହ ମକା ପିଆଜର ରକ୍ଷଣାବେକ୍ଷଣ ଓ ପ୍ରକ୍ରିୟାକରଣର ସୁବ୍ୟବସ୍ଥା କରିବା ସହ ରାଜ୍ୟରେ ବନ୍ଦ ପଡିଥିବା ଚିନିକଳ, ସୂତାକଳ, ଶୀତଳ ଭଣ୍ଡାର ତୁରନ୍ତ କାର୍ଯ୍ୟକ୍ଷମ କରିବା ଭଳି ୨୧ ଗୋଟି ଦାବିକୁ ନେଇ ଶାନ୍ତିପୂର୍ଣ୍ଣ ଭାବେ ଏହି ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ..Odisha Bus Strike: ସଂଘ କହିଲା ଧର୍ମଘଟ ପ୍ରତ୍ୟାହୃତ ହୋଇନି, ମନ୍ତ୍ରୀ କହିଲେ ଆଉ ହେବନି ଆନ୍ଦୋଳନ

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 31, 2023, 12:32 PM IST

For All Latest Updates

TAGGED:

ABOUT THE AUTHOR

...view details