ଓଡିଶା

odisha

By ETV Bharat Odisha Team

Published : Sep 26, 2023, 9:20 AM IST

ETV Bharat / state

ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ହଟିଲେ ଆଶାକର୍ମୀ

ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ପରେ ଆଶାକର୍ମୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । 17 ଦଫା ଦେଇ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ କରିଥିଲେ ଆଶାକର୍ମୀ । ଅଧିକ ପଢ଼ନ୍ତୁ

asha workers protest put on hold
ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ହଟିଲେ ଆଶାକର୍ମୀ

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ବିଶାଳ ସମାବେଶ କରି ଦାବି ପୂରଣ ପାଇଁ ଅଡି ବସିଥିଲେ ଆଶାକର୍ମୀ । ମହରଗ ଦୁନିଆରେ କେଇଟା ପାଉଣା ଟଙ୍କା ଅଣ୍ଟୁନାହିଁ । ପରିବାର ଚଳାଇବା ମୁସ୍କିଲ୍‌ ହେଉଛି । ପ୍ରୋତ୍ସାହନ ରାଶି ନୁହେଁ ମାସିକିଆ ହିସାବରେ ଦରମା ଦେବାକୁ ଦାବି କରିଥିଲେ ଆଶାକର୍ମୀ । ସ୍ଥାୟୀ ନିଯୁକ୍ତି ଦେବାକୁ ଆଶାକର୍ମୀ ବିଧାନସଭା ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ହଜାର ହଜାର ସଂଖ୍ୟାରେ ଆଶାକର୍ମୀ ଢେର ସମୟ ଗର୍ଜନ କରିଥିଲେ । ପରେ ସଂଘର ପ୍ରତିନିଧି ଦଳ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସହ ଆଲୋଚନା କରିଥିଲେ । ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛନ୍ତି ଆଶାକର୍ମୀ ।

ଦୀର୍ଘ ଘଣ୍ଟା ଧରି ଗର୍ଜନ । ଡହ ଡହ ଖରାରେ ଦାବି ପୂରଣ ନେଇ ଅଡ଼ି ବସିଥିବା ଆଶାକର୍ମୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ ଏକ ୯ ଜଣିଆ ପ୍ରତିନିଧ୍ଵ ମଣ୍ଡଳୀ ସ୍ବାସ୍ଥ୍ୟ ସଚୀବ ଶାଳିନୀ ପଣ୍ଡିତଙ୍କୁ ଭେଟି ଆଲୋଚନା କରିଥିଲେ । ଆଶାକର୍ମୀଙ୍କ ସବୁ ସମସ୍ୟା ସ୍ବାସ୍ଥ୍ୟସଚିବ ଶୁଣିଲେ । ଆସନ୍ତା ଏକମାସ ମଧ୍ୟରେ ମାସିକ ପାଉଣା ଆଶାତୀତ ବୃଦ୍ଧି ସହ ଦାବି ଗୁଡ଼ିକ କିଛି ପରିମାଣରେ ପୂରଣ କରାଯିବ ବୋଲି ସଚିବ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯାଇଛି ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି । ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିଶ୍ରୁତି ପରେ ଆଶାକର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି । ସିଆଇଟିୟୁ ନେତୃତ୍ବରେ ‘ଓଡ଼ିଶା ଆଶାକର୍ମୀ ଆସୋସିଏସନ’ ତରଫରୁ ସୋମବାର ବିଧାନସଭା ସମ୍ମୁଖରେ ଆଶାକର୍ମୀଙ୍କ ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା ।

ଏହା ବି ପଢନ୍ତୁ...ରାଜଧାନୀ ରାଜରାସ୍ତାରେ ଆଶାକର୍ମୀ, 17 ଦଫା ଦାବି ନେଇ ଆନ୍ଦୋଳନ

ମାଷ୍ଟର କ୍ୟାଣ୍ଟିନ ଛକରୁ ଆଶାକର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ୧୭ ବର୍ଷ ହେଲା କାର୍ଯ୍ୟ କରି ଓ ମହାମାରୀ କୋରୋନା ସମୟରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ କୋଭିଡ ଯୋଦ୍ଧାର ଭୂମିକା ନିର୍ବାହ କରିଥିବା ଆଶାକର୍ମୀଙ୍କୁ ଉଭୟ ସରକାର ଅଣଦେଖା କରୁଛନ୍ତି । ମାସିକ ୧୦ ହଜାରରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ କେରଳ ଓ ଆନ୍ଧ୍ର ସରକାର ମାସିକ ପାଉଣା ଦେଲାବେଳେ ଓଡ଼ିଶା ସରକାର ମାତ୍ର ୩୫୦୦ ଟଙ୍କାରେ ସୀମିତ ଅଛନ୍ତି ।

ଭାରତ ଶ୍ରମ କମିଶନଙ୍କ ୪୫ ଓ ୪୬ତମ ଶ୍ରମ ସମ୍ମିଳନୀର ନିଷ୍ପତ୍ତି କ୍ରମେ ଆଶାକର୍ମୀଙ୍କୁ ତୁରନ୍ତ ସ୍ଥାୟୀ କର୍ମଚାରୀର ମାନ୍ୟତା, ମାସିକ ପ୍ରୋତ୍ସାହନ ରାଶି ନୁହେଁ, ମାସିକ ୨୬ ହଜାର ଟଙ୍କା ଦରମା, ମାସିକ ୧୦ ହଜାର ଟଙ୍କା ପେନସନ, ମୃତ୍ୟୁକାଳୀନ ଓ ଅବସରକାଳୀନ ସହାୟତା ୮ ଲକ୍ଷ ଟଙ୍କା ସମେତ ସାମାଜିକ ସୁରକ୍ଷାମାନ ଯୋଗାଇ ଦେବା ସହ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍‌ ବାତିଲକୁ ନେଇ ଦାବି କରିଥିଲେ ଆଶାକର୍ମୀ ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details