ଓଡିଶା

odisha

ବନ୍ଧୁକ ମୁନରେ ୩ ଲକ୍ଷ ଲୁଟ୍‌

By

Published : Jan 7, 2021, 7:34 AM IST

୧୬ନଂ ଜାତୀୟ ରାଜପଥ କଟରାପଲି ଛକ ନିକଟରେ ମାଛ ଗୋଦାମ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ବନ୍ଧୁକ ମୁନରେ ଲୁଟିନେଲେ ୩ ଲକ୍ଷ
ବନ୍ଧୁକ ମୁନରେ ଲୁଟିନେଲେ ୩ ଲକ୍ଷ

ଖୋର୍ଦ୍ଧା:ପୁଣି ମାତିଲେ ଲୁଟେରା । ବନ୍ଧୁକ ମୁନରେ ଲୁଟିନେଲେ ୩ ଲକ୍ଷ ଟଙ୍କା । ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥ କଟରାପଲି ଛକ ନିକଟରେ ମାଛ ଗୋଦାମ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟିଲେ ଲୁଟେରା ।

ବନ୍ଧୁକ ମୁନରେ ଲୁଟିନେଲେ ୩ ଲକ୍ଷ

ମାଛ ଗୋଦାମର କର୍ମଚାରୀ ସନ୍ତୋଷ ପରିଡା ପ୍ରତିଦିନ ମାଛ ଟ୍ରକରେ କୋଲକତା ଯାଇ ମାଛ ବିକ୍ରି କରିଥାନ୍ତି । ସେହିଭଳି ମଙ୍ଗଳବାର କୋଲକତାରେ ମାଛ ବିକ୍ରି ସାରି ଟ୍ରକରେ ଫେରି ମାଛ ଟ୍ରକ ବଡପୋଖରିଆ ପେଟ୍ରୋଲ ପମ୍ପଠାରେ ଅଟକି ରହିଥିଲା । ସେଠାରୁ ସେ ନିଜ ବାଇକରେ ୩ ଲକ୍ଷ ଟଙ୍କା ଧରି ଟାଙ୍ଗୀ ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥର କଟରାପଲି ଛକ ନିକଟରେ ଗୋଟିଏ ପଲସର ବାଇକରେ ୨ ଜଣ ଦୁର୍ବୃୃତ୍ତ ସଂଜୟଙ୍କୁ ବନ୍ଧୁକ ଦେଖାଇ ଅଟକାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥବା ଜଣାପଡିଛି । ତେବେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details