ଓଡିଶା

odisha

By

Published : Mar 31, 2021, 9:16 PM IST

ETV Bharat / state

କେନ୍ଦୁଝର ପାଟଖଳି ଗାଁରେ ପଶିଲା ଜଙ୍ଗଲୀ ହାତୀ

କେନ୍ଦୁଝର ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ପାଟଖଳି ଗାଁରେ ପଶିଲା ବଣୁଆ ହାତୀ । ହାତୀ ଘଉଡାଉଛି ବନ ବିଭାଗ । ଅଧିକ ପଢନ୍ତୁ...

କେନ୍ଦୁଝର ପାଟଖଳି ଗାଁରେ ପଶିଲା ଜଙ୍ଗଲୀ ହାତୀ
କେନ୍ଦୁଝର ପାଟଖଳି ଗାଁରେ ପଶିଲା ଜଙ୍ଗଲୀ ହାତୀ

କେନ୍ଦୁଝର:ଜିଲ୍ଲାର ତେଲକୋଇ ବନାଞ୍ଚଳରେ ହାତୀ ଆତଙ୍କ । ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ପାଟଖଳି ଗାଁ ଭିତରେ ପଶିଲା ବଣୁଆ ହାତୀ । ବୁଧବାର ଦନ୍ତା ହାତୀଟି ନିକଟସ୍ଥ ଜଙ୍ଗଲରୁ ବାହାରି ହଠାତ୍ ପାଟଖଳି ଗାଁ ଭିତରକୁ ପଶି ଆସିଥିଲା । ଫଳରେ ଲୋକେ ଭୟଭୀତ ହୋଇ ଯାଇଥିଲେ।

କେନ୍ଦୁଝର ପାଟଖଳି ଗାଁରେ ପଶିଲା ଜଙ୍ଗଲୀ ହାତୀ

ଖବର ପାଇ ବନ ବିଭାଗ ହାତୀଟିକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ତେବେ ହାତୀଟି ଗାଁ ନିକଟରେ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details