ଓଡିଶା

odisha

By

Published : May 16, 2020, 1:59 PM IST

ETV Bharat / state

ଲକଡାଉନ ଛଡାଇ ନେଲା ବେଉସା, ସମସ୍ୟାରେ ଜର୍ଜରିତ ବୁଣାକାର ସମ୍ପ୍ରଦାୟ

କୋରୋନା ଯୋଗୁଁ ହୋଇଥିବା ଲକଡାଉନରେ ଉଜୁଡି ଯାଇଛି ବୁଣାକାରଙ୍କ ଜୀବିକା । ସରକାରୀ ସହାୟତା ଲୋଡିଲେ ବୁଣାକାର ସମ୍ପ୍ରଦାୟ ।

weaver community in Anadapur
ଆନନ୍ଦପୁର ବୁଣାକାର ସମ୍ପ୍ରଦାୟ

ଆନନ୍ଦପୁର: ଭଳିକି ଭଳି ମନଲୋଭା ଧୋତି, ଶାଢୀ ଓ ଚଦର । ଏଠାକାର କଟିଆ ଚଦର ତଥା ମଠା ଶାଢୀର ରହିଛି ବେଶ ଆଦର । ୩ ଶହରୁ ଉର୍ଦ୍ଧ୍ବ ବୁଣାକାରଙ୍କ ଏହା ଜୀବନ ଜୀବିକା । ହେଲେ କୋରୋନା ପାଇଁ ହୋଇଥିବା ଲକଡାଉନ ପ୍ରଭାବରେ ଏବେ ଦୁଃଖରେ ବୁଣାକାର ପରିବାର । ଟସର କୋସା ସଂଗ୍ରହରୁ ଆରମ୍ଭ କରି ବୁଣା ସାମଗ୍ରୀ ବିକ୍ରୀବଟା ପାଇଁ ଏବେ ଅସୁବିଧା ଭୋଗ କରୁଛନ୍ତି ବୁଣାକାର ।

ଆନନ୍ଦପୁର ବୁଣାକାର ସମ୍ପ୍ରଦାୟ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଫକୀରପୁର ବଙ୍ଗାଳୀସାହି । ଆଖି ଝଲସିଯିବା ଭଳି ଟସର ସାମଗ୍ରୀ ହାତରେ ବୁଣିବାରେ ସିଦ୍ଧହସ୍ତ ଏଠାକାର ବୁଣାକାର । ଏଠାରେ ହସ୍ତତନ୍ତ ଦ୍ବାରା ଟସର ସୂତାରୁ ଅତି ମସୃଣ, ହାଲୁକା ତଥା ସୁନ୍ଦର କପଡା ବୁଣାଯାଏ । ନିଜ ସୃଜନଶୀଳତାର ପରିପ୍ରକାଶ କରି ଟସରରୁ ମନଲୋଭା ଧୋତି, ଶାଢୀ ଓ ଚାଦର ତିଆରି କରିଥାନ୍ତି ବୁଣାକାର । ହେଲେ ଏବେ ଲକ ଡାଉନ ଯୋଗୁଁ ବୁଣା ପାଇଁ ଟସର କୋସା ଅଭାବ ହେଉଥିବା ବେଳେ ଉତ୍ପାଦିତ ସାମଗ୍ରୀ ବାହାରକୁ ଯାଇ ପାରୁ ନଥିବାରୁ ନାନା ସମସ୍ୟା ଦେଇ ଗତି କରୁଛନ୍ତି ବୁଣାକାର ସମୁଦାୟ।

ବଙ୍ଗ ବିଚ୍ଛେଦ ସମୟରେ ବର୍ଦ୍ଧମାନ ଜିଲ୍ଲାରୁ କିଛି ବଙ୍ଗାଳୀ ସମ୍ପ୍ରଦାୟର ଲୋକ ଫକୀରପୁର ଆସି ଏଠି ଟସର ଶାଢୀ ଓ ଚଦର ବୁଣି ଗୁଜୁରାଣ ମେଣ୍ଟାଉଥିଲେ । ପରବର୍ତ୍ତୀ ସମୟରେ ଫକୀରପୁରରେ ଏହା କୁଟୀରଶିଳ୍ପରେ ପରିଣତ ହେଲା । ଏହାପରେ ସମୁଦ୍ର ସନ୍ତରଣକାରୀ ମିହିର ସେନ ଫକୀରପୁରଠାରେ ଏକ ଟସର ରପ୍ତାନକାରୀ ସଂସ୍ଥା ସ୍ଥାପନ କରିଥିଲେ । ହେଲେ ସମୟକ୍ରମେ ଏସବୁ ବନ୍ଦ ହୋଇଯାଇଛି ।

ଏବେ ବୁଣାକାରମାନେ ସୋସାଇଟି ତଥା ନିଜ ପ୍ରଚେଷ୍ଟାରେ ସାମଗ୍ରୀ ପ୍ରସ୍ତୁତ କରି କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି । ଏତିକି ବେଳେ ଲକ ଡାଉନ ବୁଣାକାରଙ୍କ ପାଇଁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି । ଏଥିରୁ ମୁକୁଳିବାକୁ ସରକାରୀ ସହାୟତା ଲୋଡିଛନ୍ତି ଫକୀରପୁର ବୁଣାକାର ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ ଈଟିଭି ଭାରତ

ABOUT THE AUTHOR

...view details