କେନ୍ଦୁଝର: ପିଚୁ ବୋଝେଇ ଟ୍ରକରେ ଲାଗିଲା ନିଆଁ । ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟସ୍ଥ ୨୦ ନମ୍ବର ଜାତୀୟ ରାଜପଥ ଘଟିଛି ଏହି ଅଘଟଣ ।
ଓଭରବ୍ରିଜ ଉପରେ କେନ୍ଦୁଝର ଆଡୁ ଚମ୍ପୁଆ ଅଭିମୁଖେ ଯାଉଥିବା ଏକ ପିଚୁ ବୋଝେଇ ଟ୍ରକରେ କୌଣସି କାରଣରୁ ରାସ୍ତା ଉପରେ ନିଆଁ ଲାଗିଯାଇଥିଲା । ତେଲ ଟ୍ୟାଙ୍କରରେ ନିଆଁ ଲାଗିଥିବା ଭାବି ସ୍ଥାନୀୟ ଅଞ୍ଚଳରେ କିଛି ସମୟ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।