ଓଡିଶା

odisha

By

Published : Jan 13, 2020, 1:53 PM IST

ETV Bharat / state

ଏକାଠି ଜୀବନ ହାରିଲେ ଦିଅର ଭାଉଜ !

ପାଟଣାଥାନା ନୂଆବନ୍ଧ ଗ୍ରାମରେ ଅଭାବନୀୟ ଘଟଣା । ଗୋଟିଏ ଘର ଭିତରୁ ଦୁଇଟି ମୃତଦେହ ଉଦ୍ଧାର । ମୃତକ ଦୁଇଜଣ ସମ୍ପର୍କରେ ଦିଅର-ଭାଉଜ ହୋଇଥିବା ସୂଚନା ।

two dead body
ଏକାଠି ଜୀବନ ହାରିଲେ ଦିଅର ଭାଉଜ !

କେନ୍ଦୁଝର: ପାଟଣାଥାନା ନୂଆବନ୍ଧ ଗ୍ରାମରେ ଅଭାବନୀୟ ଘଟଣା । ଗୋଟିଏ ଘର ଭିତରୁ ଦୁଇଟି ମୃତଦେହ ଉଦ୍ଧାର । ମୃତକ ଦୁଇଜଣ ସମ୍ପର୍କରେ ଦିଅର ଭାଉଜ ହୋଇଥିବା ସୂଚନା ।

ଏକାଠି ଜୀବନ ହାରିଲେ ଦିଅର ଭାଉଜ !

ମୃତକ ଦ୍ବୟ ହେଉଛନ୍ତି ଗ୍ରାମର ଚନ୍ଦ୍ରଶେଖର ନାଏକଙ୍କ ସ୍ତ୍ରୀ ପୁଷ୍ପଲତା ନାଏକ ଓ ସମ୍ପର୍କୀୟ ଦିଅର ତଥା ଗ୍ରାମର ରାବଣ ନାଏକଙ୍କ ପୁଅ ସଞ୍ଜୟ ନାଏକ । ସେପଟେ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ମୃତଦେହ ନିକଟରେ କୀଟନାଶକ ଔଷଧ ପଡିଥିବାରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି ।

ଅନ୍ୟପଟେ ଘଟଣାସ୍ଥଳରେ ପାଟଣା ପୋଲିସ ପହଞ୍ଚିବା ସହ ମୃତଦେହ ଦୁଇଟିକୁ ଜବତ କରିଛି । ଏହାସହ କୀଟନାଶକ ବୋତଲ ମଧ୍ୟ ଜବତ କରିଛି । ତେବେ ଏହି ଆତ୍ମହତ୍ୟା ପ୍ରେମଜନିତ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details