ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବନଖଣ୍ଡ ଅଧିନ ଦୈତାରି ରେଞ୍ଜ ଅଧିନ ବୁଢ଼ୀପଦା ଗାଁରୁ ଗୋଟିଏ ମହାବଳ ବାଘ ଛାଲ ଜବତ କରିଛି ବନ ବିଭାଗ । ମାମଲାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା କରୁଛି ବନ ବିଭାଗ ପୋଲିସ । ସୂଚନା ଅନୁଯାୟୀ, ଦୈତାରି ଥାନା ବୁଢ଼ୀପଦା ଗାଁର ବୁଟୁ ମହାକୁଡ଼ ଏକ ବାଘ ଛାଲ ଘରେ ରଖିଥିବା ବନବିଭାଗ ଖବର ପାଇଥିଲା ।
ସମ୍ପୃକ୍ତ ବ୍ୟକ୍ତିଙ୍କୁ କିଛି ଦିନ ଧରି ବନବିଭାଗ ଟ୍ରାକ କରୁ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଘରେ ଚଢ଼ାଉ କରି ବାଘ ଛାଲ ଜବତ କରିବା ସହିତ ତାଙ୍କୁ ଅଟକ ରଖିଛି । ଚଢ଼ଉ ସମୟରେ ବ୍ୟକ୍ତି ଜଣକ ଖସି ପଳାଉ ଥିବାବେଳେ ହରିଚନ୍ଦନପୁର ଥାନା ସେନାପେଟା ଗାଁରୁ ବନ ବିଭାଗ ତାକୁ ଧରିବାରେ ସକ୍ଷମ ହୋଇଛି ।