ଓଡିଶା

odisha

By

Published : Mar 31, 2020, 3:12 PM IST

ETV Bharat / state

କୋରୋନା ଡରରେ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ !

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିନ୍ଦୁରିଆରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ....

Suspicion of young man committing suicide in fear of corona
କରୋନା ଡରରେ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ !

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିନ୍ଦୁରିଆରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ସିନ୍ଦୁରିଆ ଗାଁର ବିନୋଦ ନାୟକ ସୁରଟରେ କାମ କରୁଥିଲେ ।

କରୋନା ଡରରେ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ !

ସାରା ଦେଶ ଲକ ଡାଉନ ହେବା ପୂର୍ବରୁ ବିନୋଦ 18 ତାରିଖରେ ଗାଁ କୁ ଫେରିଥିଲେ । ତେବେ ସେ ଘରକୁ ଆସିବା ପରେ ନିଜ ଘରେ ସଙ୍ଗରୋଧ ରହୁଥିଲେ । ସୋମବାର ଘରୁ ବାହାରକୁ ଯାଇ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

TAGGED:

corona news

ABOUT THE AUTHOR

...view details