ଓଡିଶା

odisha

ପେଟର ଭୋକ ଆଗରେ ଫିକା ପଡିଗଲା ମା’ର ମମତା

By

Published : Dec 19, 2022, 9:55 PM IST

ନିଜର ଅଭାବୀ ପରିସ୍ଥିତି ପାଇଁ ୩ ମାସର କଅଁଳ ଛୁଆକୁ ବିକ୍ରି କରିଦେବାକୁ ପଛଘୁଞ୍ଚା ଦେଉନି ମାଆ ! ଅଧିକ ପଢନ୍ତୁ

helpless mother attempt to sale her  baby
helpless mother attempt to sale her baby

helpless mother attempt to sale her baby

କେନ୍ଦୁଝର: ପେଟର ଭୋକ ଆଗରେ ଫିକା ପଡିଗଲା ମାଆର ମମତା । ନିଜର ଅଭାବୀ ପରିସ୍ଥିତି ପାଇଁ ୩ ମାସର କଅଁଳ ଛୁଆଙ୍କୁ ବିକ୍ରି କରିଦେବାକୁ ପଛଘୁଞ୍ଚା ଦେଉନି ମାଆ । ଏଭଳି କରୁଣ ପରିସ୍ଥିତି ଦେଖିବାକୁ ମିଳିଛି କେନ୍ଦୁଝର ହାଟଡିହ ବ୍ଲକ ଅନ୍ତର୍ଗତ ବିଷ୍ଣୁପର ଗାଁରୁ । ନିଜର 3 ଶିଶୁଙ୍କ ପେଟରେ ଦାନା ଦେବା ପାଇଁ ୩ ମାସର ଶିଶୁ କନ୍ୟାକୁ ବିକ୍ରି କରିବା ଲାଗି ଘର ଘର ବୁଲି ମୂଲଚାଲ କରୁଥିଲା ମାଆ । ଟଙ୍କା କେଇଟା ପାଇଁ ବାଧ୍ୟ ହୋଇ ନିଜ ଜନ୍ମକରା ଶିଶୁ କୁ ମଧ୍ୟ ବିକ୍ରି କରିବାକୁ ପଛାଉ ନାହାନ୍ତି ଲୋକେ। ଗରିବ ଲୋକଙ୍କ ପାଇଁ ସରକାର ଙ୍କ ହଜାର ହଜାର ଯୋଜନା ହେଲେ ସୁଦ୍ଧା ଏହି ଦୃଶ୍ୟ କୁ ଦେଖିଲେ ଲାଗୁଛି ଯେମିତି ଏହି ମା’ଟି କ୍ଷେତ୍ରରେ ସବୁ ଯୋଜନା ବାଟବଣା ହୋଇଯାଇଛି ।

ଶାଳନିଆ ପଞ୍ଚାୟତର ମନୋହରପୁର ଗାଁର ମମତା ଦାଶ ନାମକ ଜଣେ ମହିଳା ୭ମାସ ତଳୁ ନିଜ ସ୍ବାମୀ ସନ୍ତୋଷ ଓ ଶାଶୁ ଙ୍କୁ ହରାଇ ଅସହାୟ ହୋଇ ଯାଇଛନ୍ତି। ସରକାରୀ ସାହାଯ୍ୟ ଭାବେ ତାଙ୍କ ନିକଟରେ ଆଧାର କାର୍ଡ କି ରାସନ୍ କାର୍ଡ ମଧ୍ୟ ନାହିଁ । ନିଜର 3ଟି ଶିଶୁ ଙ୍କୁ ନେଇ ଏବେ ଜୀବନ ବୋଝ ହୋଇ ଯାଇଥିବା ବେଳେ ଚାହୁଁଛନ୍ତି ନିଜର ଶିଶୁକନ୍ୟା କୁ ବିକ୍ରି କରିବା ପାଇଁ ଏନେଇ ଗ୍ରାହକ ଖୋଜୁଛି ମା’ । ଘଟଣା ସମ୍ପର୍କରେ ମହିଳା ଜଣକୁ ବୁଝିବା ପରେ ଜାଣିବାକୁ ମିଳିଥିଲା ଯେ ତାଙ୍କ ସ୍ଵାମୀ ଓ ଶାଶୂ ଆକସ୍ମିକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ହେଲେ ଏଯାବତ୍ ତାଙ୍କୁ କୌଣସି ସରକାରୀ ସୁବିଧା ମିଳି ପାରିନି ।

ପୂର୍ବରୁ ୩ ଟି ସନ୍ତାନ ଥିବା ବେଳେ ବଡ଼ ପୁଅକୁ ଅନ୍ୟ ଏକ ସ୍ଥାନରେ ଶିଶୁ ଶ୍ରମିକ ଭାବେ କାମ କରିବାକୁ ଛାଡ଼ି ଦେଇଛନ୍ତି ଏହି ଅସହାୟ ମା’ ଜଣଙ୍କ । ତେବେ ତୁରନ୍ତ ମହିଳା ଜଣକୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରୁଥିବା ବେଳେ ଆନନ୍ଦପୁର ଉପଜିଲ୍ଲାପାଳ ତଦନ୍ତ କରି ସାହଯ୍ୟ ଯୋଗାଇ ଦେବା କୁ ଫୋନ୍ ଯୋଗେ ପ୍ରତିଶୃତି ଦେଇଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ଚାଇଲ୍ଡ ହେଲ୍ପ ଲାଇନ ସଦସ୍ୟ ପହଞ୍ଚିବା ସହିତ କିଭଳି ଶିଶୁ ଓ ମାଆ କୁ ସୁରକ୍ଷା ଯୋଗାଇ ହେବ ସେଥି ନେଇ ପ୍ରୟାସ ଆରମ୍ଭ କରିଛି।

ଏହା ମଧ୍ୟ ପଢନ୍ତୁ-ଗୋନାସିକା କେନ୍ଦୁଝର ମହୋତ୍ସବ ଉଦଘାଟିତ, ଋତୁରାଜଙ୍କ ଗୀତରେ ଝୁମିଲେ ଦର୍ଶକ

ଏନେଇ ଗ୍ରାମବାସୀ କହିଛନ୍ତି, ମନୋହରପୁରର ମହିଳା ଜଣକ ତାଙ୍କର ଶିଶୁ କନ୍ୟାକୁ ଆଣି ଏଠାରେ ମୂଲଚାଲ କରୁଥିଲା । କିଛି ପଇସା ଦେଇକି ଶିଶୁକନ୍ୟାକୁ ବିକ୍ରି କରିବାକୁ ଚେଷ୍ଟା କରୁଥିଲା । ଏନେଇ ମହିଳା ଜଣକୁ ପଚାରିବାରୁ ପଇସା ଅଭାବ କାରଣରୁ ବିକ୍ରି କରିବି । ତାଙ୍କର କୌଣସି ସରକାରୀ ଯୋଜନାର ସୁବିଧା ନ ଥିବା ବେଳେ 4 ଛୁଆ ଙ୍କୁ ପୋଷିବା ତାଙ୍କ ପକ୍ଷରେ କଷ୍ଟକର ହୋଇପଡିଛି କହିଥିଲେ ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details