କେନ୍ଦୁଝର: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଏନ୍ ଏଚ୍ 520 ବାସୁଦେବପୁର ବୈତରଣୀ ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ । ପ୍ରବଳ ବର୍ଷା ଫଳରେ ବୈତରଣୀର ବଢ଼ି ପାଣି ଖାଇ ରିମୁଳି ପଟୁ ପୋଲକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାଖରୁ ରାସ୍ତା ତଳ ମାଟି ଧସେଇ ଯାଇଛି ।
ପୋଲ ନିକଟରୁ ମାଟି ଅତଡା ଖସିବା ଫଳରେ ପୋଲର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଛି । ସେପଟେ ତୁରନ୍ତ ପଦକ୍ଷେପ ନିଆଯାଇ ଏହାର ମରାମତି କାମ ଆରମ୍ଭ ହୋଇଛି । ଏନ୍ ଏଚ୍ କାମରେ ନିୟୋଜିତ ଥିବା ଠିକା ସଂସ୍ଥା ପକ୍ଷରୁ ମାଟି ଫିଲିଂ ଆରମ୍ଭ କରିଛି । ମାଟି ଫିଲିଂ ପରେ ଯାଇ ଗାଡ଼ି ଯାତାୟତ ହେବ ପ୍ରଶାସନ ପକ୍ଷରୁ ଜଣା ପଡ଼ିଛି ।