ଓଡିଶା

odisha

ବୋଲେରୋ ଲୁଟିବା ବେଳେ ଧକ୍କା; ଗୋଟିଏ ପରିବାରର ତିନି ମୃତ

By

Published : Oct 28, 2019, 9:10 PM IST

କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା । ବୋଲେରୋ ଗାଡି ଲୁଟିବା ବେଳେ ଲୁଟେରାର ଧକ୍କାରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଜିଲ୍ଲାର ଯୋଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ବୋଲେରୋ ଲୁଟେରାର ଗାଡ଼ି ଧକ୍କାରେ ଗୋଟିଏ ପରିବାରର ୩ ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି । ମୃତକ ତିନି ଜଣ ହେଉଛନ୍ତି ଯୋଡ଼ା ମାଡ୍ରାସି ହଟିଂର ବାପା ଦୁଲୁନ ଲୋହାର, ୫ ବର୍ଷର ଝିଅ ପ୍ରିୟା ଓ ୪ବର୍ଷର ପୁଅ ମୁନା।

ଆଜି ସଂଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଗାଡି ନମ୍ବର (ଓଆର ୦୨ ଏଏନ୍ ୫୦୮୬) ଏକ କଳା ବୋଲେରୋ ଗାଡ଼ିର ଡ୍ରାଇଭର ପ୍ରଦୀପ କୁମାର ଧଳ ଗାଡ଼ି ନେଇ ଉଲି ହଟିଂ ସ୍ଥିତ ଇନ୍ଦ୍ର ଗ୍ୟାରେଜକୁ ଯାଉଥିଲେ । ତେବେ ଏତିକି ବେଳେ ଇର୍ଫାନ୍ ଖାନ ଓରଫ୍ ଗୁଲୁଆ ନାମକ ଜଣେ ଦୁର୍ବୃତ୍ତ ଗାଡ଼ିକୁ ଅଟକାଇ ଜୋର ଜବରଦସ୍ତ ଗାଡ଼ିରେ ବସିଯାଇଥିଲା। ଏହାପରେ ଏକ ଧାରୁଆ ଛୁରୀ ଦେଖାଇ ସେଠାରେ ଥିବା ମଦ କାଉଣ୍ଟର ନିକଟରେ ଛାଡ଼ିବାକୁ କହିଥିଲା ।

ମାତ୍ର କିଛି ବାଟ ଯିବାପରେ ଡ୍ରାଇଭରର ବେକରେ ଛୁରୀ ଲଗାଇ ତାକୁ ଗାଡ଼ିରୁ ଠେଲିଦେଇ ନିଜେ ଗାଡ଼ି ନେଇ ପଳାଇବାକୁ ଉଦ୍ୟମ କରୁଥିଲା । ମାତ୍ର କିଛି ବାଟ ଯିବାପରେ ଗଣେଶ ଭବନ ପାଖ ମାଡ୍ରାସି ହଟିଂ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇଥିଲା ଏହି ଲୁଟେରା । ସେଠାରେ ବାଇକରେ ଦୁଲୁନ ଲୋହାର ନାମକ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଲୁନ, ତାଙ୍କ ଝିଅ ଓ ପୁଅ ଗୁରୁତର ଆହତ ହୋଇଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦୁଝର

ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ କିଛି ସମୟ ପରେ ସମସ୍ତ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଅଭିଯୁକ୍ତ ଲୁଟେରାକୁ ମଧ୍ୟ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ଉତ୍ତ୍ୟକ୍ତ ଲୋକେ ଟାଟା କମ୍ପାନୀର ଅନଲୋଡିଂ ପ୍ଲାଣ୍ଟକୁ ଯାଇଥିବା ରାସ୍ତାକୁ ଗଣେଶ ଭବନ ନିକଟରେ ଅବରୋଧ କରି ଉଚିତ୍ କ୍ଷତିପୂରଣ ଦାବି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details