ଓଡିଶା

odisha

By

Published : Oct 1, 2020, 10:57 PM IST

ETV Bharat / state

ରାସ୍ତା ଉପରେ ଓଲଟିଲା ଟାଟା ମ୍ୟାଜିକ୍: ୯ ଆହତ, ଜଣେ ଗୁରୁତର

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଖଡ଼ିବାହାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ । ଏହି ଦୁର୍ଘଟଣାରେ ୯ ଜଣ ଆହତ ଥିବାବେଳେ ଜଣେ ଗୁରୁତର ହୋଇଛି । ଅଧିକ ପଢନ୍ତୁ...

9 injured by road accident in Kendujhar
ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟାଟା ମ୍ୟାଜିକ୍ :୯ ଆହାତ ଜଣେ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଖଡ଼ିବାହାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ । ଏହି ଦୁର୍ଘଟଣାରେ ୯ ଜଣ ଆହତ ଥିବାବେଳେ ଜଣେ ଗୁରୁତର ହୋଇଛି ।

ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟାଟା ମ୍ୟାଜିକ୍ :୯ ଆହାତ ଜଣେ ଗୁରୁତର

ଖବର ଅନୁଯାୟୀ, ନଦିଆ ଜିଲ୍ଲା କାଳିଗଞ୍ଜ ଥାନା ଅଞ୍ଚଳରୁ ଏହି ବଙ୍ଗାଳୀ ମିସ୍ତ୍ରୀ ଦଳ ଗତ କିଛି ଦିନ ହେବ ଶଗଡପଟା ରେଲୱେ ଷ୍ଟେସନ ନିକଟରେ ରେଲୱେ କାର୍ଯ୍ୟ କରୁଥିଲେ । ଏଠାରୁ ଆଜି ଅପରାହ୍ନରେ ଏକ ଟାଟା ମ୍ୟାଜିକ୍ ଯୋଗୋ ଶଗଡପଟା ଠାରୁ ଏହି ଦଳ ଯାଜପୁର ଅଭିମୁଖେ ଯାଉଥିବାବେଳେ କୌଣସି କାରଣରୁ ରାସ୍ତା ଉପରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେଥିମଧ୍ୟରୁ ନଅ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ଜାହିର ସେକ୍ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ ।

ଖବର ପାଇ ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଜାହିରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details