ଓଡିଶା

odisha

By

Published : Jun 26, 2022, 2:00 PM IST

ETV Bharat / state

ଭଉଣୀ ବିବାହରେ ଯୋଗଦେବାକୁ ଆସି CRPF ଯବାନ ନିଖୋଜ

ଭଉଣୀ ବିବାହ ପାଇଁ ଦିଲ୍ଲୀରୁ ଟ୍ରେନ୍‌ରୁ ଆସୁଥିବା ଓଡ଼ିଆ CRPF ଯବାନ । ନିଖୋଜ ଯବାନ ପୁଅକୁ ଖୋଜି ଆଣିବା ପାଇଁ ରାଜକନିକା ଥାନାର ଦ୍ବାରସ୍ଥ ହୋଇଛନ୍ତି ଯବାନଙ୍କ ବାପା । ଅଧିକ ପଢନ୍ତୁ

CRPF jawan  missing from train
ଭଉଣୀ ବିବାହରେ ଯୋଗଦେବାକୁ ଆସୁଥିବା ବେଳେ ଟ୍ରେନରୁ ନିଖୋଜ ସିଆରପିଏଫ ଯବାନ

କେନ୍ଦ୍ରାପଡା: ଭଉଣୀ ବିବାହ ପାଇଁ ଦିଲ୍ଲୀରୁ ରାଜକନିକା ଆସୁଥିବାବେଳେ ଓଡ଼ିଆ CRPF ଯବାନ ନିଖୋଜ । ନିଖୋଜ ଯବାନ ପୁଅକୁ ଖୋଜି ଆଣିବା ପାଇଁ ରାଜକନିକା ଥାନାର ଦ୍ବାରସ୍ଥ ହୋଇଛନ୍ତି ଯବାନଙ୍କ ବାପା । ସୂଚନା ଅନୁଯାୟୀ,କେନ୍ଦ୍ରାପଡ଼ା ରାଜକନିକା ଥାନା ଗଞ୍ଜା ଗାଁର ଧନେଶ୍ବର ନାୟକଙ୍କ ପୁଅ ବିଜୟ କୁମାର ନାୟକ ୨୦୧୭ରେ CRPF ୨୩୬ ନମ୍ବର ବାଟାଲିୟନରେ ଭର୍ତ୍ତି ହୋଇଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କ ପୋଷ୍ଟିଂ ଦିଲ୍ଲୀର ବାବନାରେ ହୋଇଥିଲା । କିନ୍ତୁ ଭଉଣୀ ବିବାହଘର ପାଇଁ ବିଜୟ ଗତ ୨୩ ତାରିଖ ଦିନ ନନ୍ଦନକାନନ ଏକ୍ସପ୍ରେସରେ ଦିଲ୍ଲୀରୁ ବାହାରିଥିବା ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ତେବେ ଟ୍ରେନରେ ବସିବା ପରେ ବିଜୟଙ୍କ ଫୋନ ଲାଗିନଥିଲା ଓ ନିର୍ଦ୍ଧାରିତ ଦିନରେ ବିଜୟ ପହଞ୍ଚି ନ ଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ବିଜୟଙ୍କ ସମସ୍ତ ସମ୍ପର୍କୀୟ ମାନଙ୍କୁ ଯୋଗାଯୋଗ କରି ନିରାଶ ହେବାପରେ, ଆଜି ବିଜୟଙ୍କ ବାପା ପୁଅକୁ ଖୋଜି ଆଣିବା ପାଇଁ ଏକ ଲିଖିତ ଏତଲା ଦାଏର କରିଛନ୍ତି । ଏନେଇ ରାଜକନିକା ପୋଲିସ ଉପରିସ୍ଥ ଅଧିକାରୀଙ୍କ ସହ ଯୋଗାଯୋଗ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ABOUT THE AUTHOR

...view details