ଓଡିଶା

odisha

By

Published : Apr 5, 2022, 5:08 PM IST

ETV Bharat / state

ଉନ୍ନତ ଜିଲ୍ଲାରେ ଅନୁନ୍ନତ ସ୍ୱାସ୍ଥ୍ୟସେବା: ଝିଅର ମୃତଦେହକୁ ୨୦ କିମି ବୋହିଲା ବାପା

କେନ୍ଦ୍ରାପଡ଼ା ଭଳି ଉନ୍ନତ ଜିଲ୍ଲାରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଝିଅର ମୃତ୍ଯୁ ପରେ ଟଙ୍କା ନଥିବାରୁ ମୃତଦେହକୁ ମହାପ୍ରୟାଣ ଗାଡ଼ି ବଦଳରେ ବାଇକ୍‌ରେ ନିଆଯାଉଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଉନ୍ନତ ଜିଲ୍ଲାରେ ଅନୁନ୍ନତ ସ୍ୱାସ୍ଥ୍ୟସେବା: ଝିଅର ମୃତଦେହକୁ ୨୦ କିମି ବୋହିଲା ବାପା
ଉନ୍ନତ ଜିଲ୍ଲାରେ ଅନୁନ୍ନତ ସ୍ୱାସ୍ଥ୍ୟସେବା: ଝିଅର ମୃତଦେହକୁ ୨୦ କିମି ବୋହିଲା ବାପା

କେନ୍ଦ୍ରାପଡ଼ା:ଜିଲ୍ଲାରେ କଳାହାଣ୍ଡିର ଦାନ ମାଝୀ ଭଳି ଘଟଣାର ପୁନଃରାବୃତ୍ତି ଦେଖିବାକୁ ମିଳିଛି । ମୃତ୍ୟୁ ପରେ ମହଙ୍ଗା ହେଲା ମହାପ୍ରୟାଣ ଗାଡ଼ି । ଶେଷରେ ଝିଅର ମୃତଦେହକୁ ବାଇକ୍‌ରେ ବୋହି ଆଣିଲେ ବାପା । କେନ୍ଦ୍ରାପଡ଼ା ଡେରାବିଶ୍ ଥାନା ଅଧିନ ଛଞ୍ଚୀଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁର ସୁନାକର କାଣ୍ଡିଙ୍କ ୮ ବର୍ଷୀୟା ଝିଅ ବୈଶାଳୀ କାଣ୍ଡିଙ୍କୁ ସାପ କାମୁଡିଥିଲା ।

ଉନ୍ନତ ଜିଲ୍ଲାରେ ଅନୁନ୍ନତ ସ୍ୱାସ୍ଥ୍ୟସେବା: ଝିଅର ମୃତଦେହକୁ ୨୦ କିମି ବୋହିଲା ବାପା

ସଙ୍ଗେସଙ୍ଗେ ମେଡିକାଲ ନେବା ପାଇଁ ୧୦୮କୁ ଯୋଗାଯୋଗ କରାଯାଇଥିଲା । ତେବେ ଆମ୍ବୁଲାନ୍ସ ନଆସିବାରୁ ବୈଶାଳୀଙ୍କୁ ବାଇକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ । ମେଡିକାଲରେ ଡାକ୍ତର ବୈଶାଳୀଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ମୃତଦେହକୁ ନେବା ପାଇଁ ମହାପ୍ରୟାଣ ଗାଡି ଶୁଳ୍କ ଦେବା ପାଇଁ ସୁନାକରଙ୍କ ପାଖରେ ସାମର୍ଥ୍ୟ ନଥିଲା । ଶେଷରେ ବାଧ୍ୟ ହୋଇ ସେ ବାଇକରେ ଦୀର୍ଘ ୨୦ କିମି ପର୍ଯ୍ୟନ୍ତ ମୃତଦେହକୁ ନେଇ ଆସିଥିଲେ ମୃତକଙ୍କ ସମ୍ପର୍କୀୟ ।

କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟସେବାର ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ ଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । ସୁନାକରଙ୍କ ଅବସ୍ଥାକୁ ଦେଖିଲେ ଏହି ଉନ୍ନତ ଜିଲ୍ଲାରେ ସ୍ବାସ୍ଥ୍ୟସେବା କେତେ ସୁବିଧାଜନକ ରହିଛି ତାହା ଠିକ୍‌ ବାରି ହୋଇ ପଡ଼ୁଛି । ସୁନାକରଙ୍କ ପାଇଁ ସରକାରଙ୍କ ସମସ୍ତ ଯୋଜନା ମୂଲ୍ୟହୀନ ଏଥିରେ କୌଣସି ସନ୍ଦେହ ନାହିଁ । ସେପଟେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details