ଓଡିଶା

odisha

By

Published : Feb 17, 2021, 5:04 PM IST

ETV Bharat / state

ନିୟମକୁ ଫୁ ! କେନ୍ଦ୍ରାପଡାର 14 ସ୍କୁଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଅଗ୍ନି ନିରାପତ୍ତା ନିୟମକୁ ଫୁ କରୁଛନ୍ତି କେନ୍ଦ୍ରାପଡାର ବିଭିନ୍ନ ବେସରକାରୀ ସ୍କୁଲ। ଅଗ୍ନିଶମ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ ସତ୍ତ୍ବେ ପିଲାଙ୍କ ଜୀବନ ସହ ଖେଳୁଛନ୍ତି କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ...

ନିୟମକୁ ଫୁ
ନିୟମକୁ ଫୁ

କେନ୍ଦ୍ରାପଡା: ନିୟମକୁ ବେଖାତିର କରୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଅଗ୍ନିଶମ ବିଭାଗ ପକ୍ଷରୁ ବାରମ୍ବାର ନୋଟିସ ସତ୍ତ୍ବେ ପିଲାଙ୍କ ଜୀବନ ସହ ଖେଳୁଛନ୍ତି କର୍ତ୍ତୃପକ୍ଷ । କେନ୍ଦ୍ରାପଡା ଜିଲ୍ଲାର ଅନେକ ସ୍କୁଲ ଗୁଡିକ ଗଢି ଉଠିଥିବାବେଳେ କୌଣସି ସ୍କୁଲରେ ନାହିଁ ଅଗ୍ନି ନିର୍ବାପକ ଯନ୍ତ୍ର ।

ଜିଲ୍ଲାରେ ଛତୁ ଫୁଟିଲା ପରି ଗଢି ଉଠିଛି ବହୁ ବେସରକାରୀ ସ୍କୁଲ । ବେସରକାରୀ ସ୍କୁଲ ହେଉ ଅବା ସରକାରୀ କୌଣସି ସ୍କୁଲରେ ନାହିଁ ଅଗ୍ନିନିର୍ବାପକ ଯନ୍ତ୍ର । ଜିଲ୍ଲାରେ 15ଟି ବେସରକାରୀ ସ୍କୁଲ ମଧ୍ୟରୁ କେବଳ ଗୋଟିଏ ସ୍କୁଲକୁ ଛାଡି ଦେଲେ ଅନ୍ୟ କୌଣସି ସ୍କୁଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ । ସେପଟେ 10ଟି ସ୍କୁଲରେ ପ୍ରାୟ 1 ହଜାରରୁ ଅଧିକ ପିଲାମାନେ ପାଠ ପଢୁଛନ୍ତି । ତେବେ ଅନେକ ସମୟରେ ନିଆଁ ଲାଗି ବହୁ ଦୁର୍ଘଟଣାର ଘଟିବାର ନଜର ରହିଛି । ଯଦି କୌଣସି କାରଣରୁ ନିଆଁ ଲାଗେ, ତେବେ ଏଥି ପ୍ରତି କିଏ ଦାୟୀ ହେବ ବୋଲି କେତେକ ସମାଜସେବୀ ପ୍ରଶ୍ନ ଉଠାଇଛନ୍ତି ।

ନିୟମକୁ ଫୁ ! କେନ୍ଦ୍ରାପଡାର 14 ସ୍କୁଲରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା

ଅନ୍ୟପଟେ, 500ରୁ ଅଧିକ ବର୍ଗ ମିଟର ଅଞ୍ଚଳରେ ତିଆରି ହୋଇଥିବା ସ୍କୁଲ ଗୁଡିକରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ କଡାକଡି କରିବା ନେଇ ସ୍କୁଲ ଗୁଡିକୁ ନୋଟିସ ଜାରି କରାଯାଉଛି । ହେଲେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏମାନଙ୍କ ନିକଟରେ ପ୍ରମାଣପତ୍ର ତ ଦୂରର କଥା ଆବେଦନ ମଧ୍ୟ କରିନାହାଁନ୍ତି । ଯଦି କୌଣସି ଅନୁଷ୍ଠାନ ଅଗ୍ନିନିର୍ବାପକ ନିୟମକୁ ବେଖାତିର କରନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ହେଲେ ଏଠି ଅଗ୍ନିଶମ ସହକାରୀ ଅଧିକାରୀ ଘଟଣାକୁ ଅତ୍ୟନ୍ତ ହାଲୁକା ଭାବେ ନେଇଛନ୍ତି । କେବଳ ନୋଟିସ ଜାରି କରାଯିବା ସହ କିପରି ଆବେଦନ କରିବେ ସେନେଇ କୁହାଯାଏ । ଏହା ବ୍ୟତୀତ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଟୁ କହିଛନ୍ତି ।

ବଡ କଥା ହେଉଛି, କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦୁଇ ଥର ନିଆଁ ଲାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଶିକ୍ଷାନୁଷ୍ଠାନଗୁଡିକରେ ଯେପରି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ନ ଉପୁଜେ, ସେଥିପ୍ରତି ପ୍ରଶାସନ ଓ ଅନୁଷ୍ଠାନ ସଜାଗ ରହିବା ଆବଶ୍ୟକତା ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details