ଓଡିଶା

odisha

By

Published : Jul 3, 2023, 11:04 AM IST

ETV Bharat / state

ରାଜକନିକାରେ ଘୂର୍ଣ୍ଣିଝଡ ତାଣ୍ଡବ: ଉଡିଗଲା ଚାଳଛପର, କେମିତି ରହିବେ ଚିନ୍ତାରେ ପରିବାର

ରାଜକନିକା ବ୍ଲକ ନହୁଣୀ ପଞ୍ଚାୟତ ଅନ୍ତର୍ଗତ ପଙ୍କି ଗାଁରେ ଘୂର୍ଣ୍ଣଝଡ । ଗାଁର ପ୍ରାୟ ୫ଟି ପରିବାର ପ୍ରଭାବିତ । ଅଧିକ ପଢନ୍ତୁ

turnado in kendrapara
turnado in kendrapara

turnado in kendrapara

କେନ୍ଦ୍ରାପଡ଼ା: ଜିଲ୍ଲାର ରାଜକନିକା ବ୍ଲକ ନହୁଣୀ ପଞ୍ଚାୟତ ଅନ୍ତର୍ଗତ ପଙ୍କି ଗାଁରେ ଭୟଙ୍କର ଘୂର୍ଣ୍ଣଝଡର ତାଣ୍ଡବ । ଏହି ଭୟଙ୍କର ଘୂର୍ଣ୍ଣିଝଡରେ ଗାଁର ପ୍ରାୟ ୫ଟି ପରିବାର ପ୍ରଭାବିତ । ଏହାର ପ୍ରଭାବରେ ବ୍ୟାପକ ମାତ୍ରାରେ କ୍ଷୟକ୍ଷତି ଘଟିଥିବା ବେଳେ ଘର ଛପର ମଧ୍ୟ ଉଡାଇ ନେଇଛି ଘୂର୍ଣ୍ଣିଝଡ । ବର୍ଷା ଦିନରେ କିପରି ମୁଣ୍ଡ ଗୁଞ୍ଜିବେ ପରିବାରକୁ ଚିନ୍ତା ଘାରିଛି ।

ସୂଚନା ମୁତାବକ, ନିକଟସ୍ଥ ବୈତରଣୀ ନଦୀରୁ ଗତକାଲି ଅପରାହ୍ନରେ ଏହି ଭୟଙ୍କର ଘୂର୍ଣ୍ଣିଝଡ଼ ମାଡି ଆସିଥିଲା । ଯାହା ପ୍ରଭାବରେ ପଙ୍କି ଗାଁର ପ୍ରାୟ ୫ଟି ପରିବାରର ୪୦ ଜଣ ଲୋକଙ୍କ ମୁଣ୍ଡ ଉପରୁ ଛାତ ଛଡାଇ ନେଇଛି । ଘୂର୍ଣ୍ଣିଝଡରେ ଘରର ଆସବାବପତ୍ର ଏତେତେଣେ ପଡିବା ସହ ଜଣେ ୪ ବର୍ଷୀୟ ନାବାଳକ ମଧ୍ୟ ଆହତ ହୋଇଥିବା ଜଣା ପଡିଛି । ତେବେ ଏହି ଗାଁରେ ପ୍ରାୟତଃ ମୂଲିଆ ଶ୍ରେଣୀର ରହୁଥିବା ଦଳିତ ମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ଛାତ ଘର ନଥିବା ବେଳେ ଏହି ହସ୍ତିଶୁଣ୍ଢ ବା ଘୁର୍ଣ୍ଣିଝଡ଼ ଏମାନଙ୍କ ଜୀବନ ସିନା ଛାଡି ଦେଇଛି ହେଲେ ଜୀବିକାକୁ ନେଇ ଯାଇଥିବା କହିଛନ୍ତି ଏଠାକାର ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ-ଘୁର୍ଣ୍ଣିଝଡ ଉଡାଇ ନେଲା ଦିବ୍ୟାଙ୍ଗ ମୁହଁରୁ ହସ

ଏହା ମଧ୍ୟ ପଢନ୍ତୁ-ରାଜନଗରର ସମୁଦ୍ର କୂଳ ଅଞ୍ଚଳରେ ଘୁର୍ଣ୍ଣିଝଡ, ଥଇଥାନ ଲୋକେ ଆତଙ୍କିତ

ଖବର ପାଇ ସ୍ଥାନୀୟ ତହସିଲଦାର କ୍ଷୟକ୍ଷତି ତଦନ୍ତ କରିବା ଆଗରୁ ୫ଟି ପରିବାର ପାଇଁ ଜରି ପାଲ ଦେଇଛନ୍ତି । ହେଲେ ଏହି ପାଲ ନା ଘରକୁ ପାଉଛି ନା ସେଥିରେ ତମ୍ବୁ ଟାଣି ହେଉଛି । କେବଳ ବା'କୁ ବତା ଭିଡ଼ିବା ଭଳି ଏଥିରେ ଯାହା ରହିବା କଥା ସାର ହୋଇଛି । ସେହିପରି ଖାଇବାକୁ ନ ପାଇ ଭୋକ ଉପାସରେ ରାତି ତମାମ ରହିଛନ୍ତି ଏହି ଲୋକେ । ସ୍ଥାନୀୟ ଲୋକ ପ୍ରତିନିଧି ଯାହା ଚୁଡା ଓ ବିସ୍କୁଟ ଦେଇଥିଲେ ସେତିକି ରାତି ସାରା ଖାଇ ରହିଥିବା ବେଳେ ବିଦ୍ୟୁତ୍‌ ନଥିବା କାରଣରୁ ରାତିରେ କୌଣସି ପ୍ରକାର ଅଘଟଣକୁ ଦୂରେଇବା ପାଇଁ ରାତି ସାରା ଉଜାଗର ରହିଥିଲେ । ତେବେ ଏମାନଙ୍କ ପାଇଁ ପ୍ରଶାସନ କେଉଁ ପ୍ରକାର ସହଯୋଗର ହାତ ବଢ଼ାଇବ ତାହାକୁ ନେଇ ସନ୍ଦେହରେ ଗ୍ରାମବାସୀ । ଏଠାରେ ସୂଚନାଯୋଗ୍ୟ, ଗତ ୧୦ ବର୍ଷ ତଳେ ଏହିଭଳି ଏକ ଆକସ୍ମିକ ଘୁର୍ଣ୍ଣିଝଡ଼ ହୋଇ ରାଜକନିକା ବ୍ଲକର ବିଭିନ୍ନ ଅଞ୍ଚଳକୁ ଛାରଖାର କରିବା ସହ ଧନଜୀବନ ହାନି କରାଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details