ଓଡିଶା

odisha

By

Published : Mar 12, 2022, 5:37 PM IST

Updated : Mar 12, 2022, 8:56 PM IST

ETV Bharat / state

ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହେଲେ ଆଳି ଓ କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ କରିଥିଲା । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୩୪ଟି ପଞ୍ଚାୟତରୁ ବିଜେଡି ହାତରେ ୨୭ ଆସନ ଅକ୍ତିଆର କରିଛି । ଦଳରେ ବିପୁଳ ସଫଳତା ନିକଟରେ ବିରୋଧୀ ଧରାଶାୟୀ । ଅଧିକ ପଢନ୍ତୁ

ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହେଲେ ଆଳି, କେନ୍ଦ୍ରାପଡ଼ା ଅଧ୍ୟକ୍ଷ: ଲୋକଙ୍କ ସେବା ହିଁ ମୁଖ୍ୟ ଲକ୍ଷ କହିଲେ ଉଭୟ
ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହେଲେ ଆଳି, କେନ୍ଦ୍ରାପଡ଼ା ଅଧ୍ୟକ୍ଷ: ଲୋକଙ୍କ ସେବା ହିଁ ମୁଖ୍ୟ ଲକ୍ଷ କହିଲେ ଉଭୟ

କେନ୍ଦ୍ରାପଡା :ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜେଡି କରିଥିଲା ବାଜିମାତ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୩୪ଟି ପଞ୍ଚାୟତରୁ ବିଜେଡି ହାତରେ ୨୭ ଆସନ ଅକ୍ତିଆର କରିଛି । ଦଳରେ ବିପୁଳ ସଫଳତା ନିକଟରେ ବିରୋଧୀ ଧରାଶାୟୀ ହୋଇଛନ୍ତି ।

ସମିତି ଅଧ୍ୟକ୍ଷ ନିର୍ବାଚନ ପ୍ରତିଦ୍ବନ୍ଦିତା ହେଉଥିବାବେଳେ ଆଳି ବ୍ଲକରେ ବିରୋଧୀ ପ୍ରାର୍ଥୀ ଦେଇ ନ ଥିବାରୁ ନିର୍ଦ୍ୱନ୍ଦରେ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ଦଖଲ କରିଛି। ଦଳ ସର୍ବ ସମ୍ମତି କ୍ରମେ ଆସ୍ଥା ପ୍ରକଟ କରି ମନୋରଞ୍ଜନ ସାମଲଙ୍କୁ ଅଧ୍ୟକ୍ଷ ଘୋଷଣା ପରେ ବିଜେଡି ମହଲରେ ଖୁସିର ଲହରୀ ଖେଳିଯାଇଛି। କଡା ସୁରକ୍ଷା ଭିତରେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଶୃଙ୍ଖଳାରେ ଶେଷ ହୋଇଛି।

ଅପ୍ରତିଦ୍ବନ୍ଦୀ ଭାବେ ବିଜୟୀ ହେଲେ ଆଳି ଓ କେନ୍ଦ୍ରାପଡ଼ା ବ୍ଲକ୍ ଅଧ୍ୟକ୍ଷ

ଏହାବି ପଢନ୍ତୁ :ଖୋର୍ଦ୍ଧାରେ ଖେରୀ ପୁନରାବୃତ୍ତି, ଭିଡ ଉପରେ ଗାଡି ମଡାଇଦେଲେ ଚିଲିକା ବିଧାୟକ

ଅଧ୍ୟକ୍ଷ ବିବେଚିତ ହେବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଧ୍ୟକ୍ଷ ମନୋରଞ୍ଜନ । କର୍ମୀମାନଙ୍କୁ ଧନ୍ୟବାଦ ଜଣାଇ ଅଧ୍ୟକ୍ଷଙ୍କୁ ପ୍ରତିକ୍ଷିତ ବହୁ ଦଳୀୟ କର୍ମୀ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ସେହିପରି କେନ୍ଦ୍ରାପଡ଼ା ବ୍ଲକରେ ନୂତନ ଭାବେ ମନୋନୀତ ହୋଇଥିବା ଅଧ୍ୟକ୍ଷା ରଶ୍ମିତା ସେଠି ଅଞ୍ଚଳର ବିକାଶ ସହ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି ।

ଗରିବ ନିଷ୍ପେସିତ ଲୋକଙ୍କ ପାଇଁ କାମ କରିବେ । ଏହାସହ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳର ସୁପ୍ରିମୋ ଏବଂ କେନ୍ଦ୍ରାପଡ଼ା ବିଧାୟକ ତାଙ୍କୁ ଅଧ୍ୟକ୍ଷା ପାଇଁ ମନୋନୀତ କରିଥିବାରୁ ଉଭୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ରଶ୍ମିତା ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Mar 12, 2022, 8:56 PM IST

ABOUT THE AUTHOR

...view details