ଓଡିଶା

odisha

By

Published : Oct 12, 2022, 6:08 PM IST

ETV Bharat / state

ପୋଲିସ-ମାଓବାଦୀ ଗୁଳିବିନିମୟ, ଜଣେ ମହିଳା ମାଓବାଦୀ ନିହତ

ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟରେ ଜଣେ ମହିଳା କ୍ୟାଡର ନିହତ । ଅପରେସନ ବେଳେ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ଅଧିକ ପଢନ୍ତୁ

ପୋଲିସ ମାଓବାଦୀ ଗୁଳିବିନିମୟ, ଜଣେ ମହିଳା ମାଓବାଦୀ ନିହତ
ପୋଲିସ ମାଓବାଦୀ ଗୁଳିବିନିମୟ, ଜଣେ ମହିଳା ମାଓବାଦୀ ନିହତ

ଫୁଲବାଣୀ: ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟରେ ଜଣେ ମହିଳା କ୍ୟାଡର ନିହତ । ଅପରେସନ ବେଳେ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ବାଲିଗୁଡା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି ଅମିତାଭ ଠାକୁର ।

ପୋଲିସ ମାଓବାଦୀ ଗୁଳିବିନିମୟ, ଜଣେ ମହିଳା ମାଓବାଦୀ ନିହତ

ମିଳିଥିବା ସୂଚନା ଅନୁସାରେ କନ୍ଧମାଳ -କଳାହାଣ୍ଡି ଜିଲ୍ଲା ସୀମାନ୍ତ କଣାସାଲୁ ଜଙ୍ଗଲରେ ପାଞ୍ଚଟି କ୍ୟାମ୍ପରେ 20 ରୁ ଉର୍ଦ୍ଧ୍ବ ମାଓବାଦୀ ରହିଥିବା ସୂଚନା ପାଇଥିଲେ ସୁରକ୍ଷା କର୍ମୀ । ସୁରକ୍ଷାକର୍ମୀ କ୍ୟାମ୍ପରେ ଥିବା ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ ମଧ୍ୟ ମାଓବାଦୀ ପାଲଟା ଗୁଳି ଚାଲଣ କରିଥିଲେ । ପରେ ମାଓବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମାଓବାଦୀ ମାନେ ଆତ୍ମରକ୍ଷା ପାଇଁ ଛତ୍ରଭଙ୍ଗ ଦେଇଥିଲେ । ଏହି ଗୁଳିବିନିମୟରେ ଜଣେ ମହିଳା କ୍ୟାଡର ମାଓବାଦୀ ନିହତ ହୋଇଛି । ପାଞ୍ଚଟି କ୍ୟାମ୍ପରୁ ବହୁ ମାଓ ସାମଗ୍ରୀ ଜବତ ଜବତ ହୋଇଥିବା ଆଇଜି ସୂଚନା ଦେଇଛନ୍ତି ।

ଜବତ ସାମଗ୍ରୀରେ ରହିଛି ଗୋଟିଏ ବନ୍ଧୁକ, 13ଟି କ୍ୟାଟ୍ରିଜ, ମାଙ୍ଗାନିଜ ପାଉଚ, ରେଡ଼ିଓ,ସୋଲାରପ୍ଲେଟ ଓ ବହୁ ମାଓ ସାମଗ୍ରୀ । ଉକ୍ତ ଅଞ୍ଚଳରେ KKBN ମାଓ ସଂଗଠନ କାମ କରୁଥିବା ବେଳେ ଏହି ମାଓ ସଂଗଠନ ରେ ମମତା ଟିମ ଲିଡର ଥିବା କହିଛନ୍ତି ଆଇଜି ଅମିତାଭ ଠାକୁର । ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରିନାହିଁ । ସେ ଛତିଶଗଡ଼ ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା କହିଛନ୍ତି ଆଇଜି ।

ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଗୁଇନ୍ଦା ଆଇଜି ସଂଜୀବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, CRPF କମାଣ୍ଡେଣ୍ଟ ବିଏନ ଝା, ବିଏସଫ କମାଣ୍ଡେଣ୍ଟ ସଂଜୀବ କୁମାର ଝା, କନ୍ଧମାଳ ଏସପି ବିନୀତ ଅଗ୍ରୱାଲ, ବାଲିଗୁଡ଼ା ଏସଡିପିଓ ଜୀ ରାଘବେନ୍ଦ୍ର ଉପସ୍ଥିତ ଥିଲେ ।

ABOUT THE AUTHOR

...view details