ଓଡିଶା

odisha

By

Published : Mar 13, 2022, 9:04 PM IST

ETV Bharat / state

କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ନନ୍ଦିନୀ ମଲ୍ଲିକ

କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବିଜେଡିର ନନ୍ଦିନୀ ମଲ୍ଲିକ । କଂଗ୍ରେସ ଦଳର ଜିଲ୍ଲା ପରିଷଦ ସଭ୍ୟା ଦୀପିକାପାଟ ମାଝିଙ୍କୁ ହରାଇ ବିଜେଡିର ନନ୍ଦିନୀ ମଲ୍ଲିକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ନନ୍ଦିନୀ ମଲ୍ଲିକ
କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ନନ୍ଦିନୀ ମଲ୍ଲିକ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବିଜେଡିର ନନ୍ଦିନୀ ମଲ୍ଲିକ । କଂଗ୍ରେସ ଦଳର ଜିଲ୍ଲା ପରିଷଦ ସଭ୍ୟା ଦୀପିକାପାଟ ମାଝିଙ୍କୁ ହରାଇ ବିଜେଡିର ନନ୍ଦିନୀ ମଲ୍ଲିକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । କଡ଼ା ସୁରକ୍ଷାରେ କନ୍ଧମାଳରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।

କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ନନ୍ଦିନୀ ମଲ୍ଲିକ

୧୮ଟି ଜିଲ୍ଲା ପରିଷଦ ସଦସ୍ୟ ଉପସ୍ଥିତ ରହି ମତ ସାବ୍ୟସ୍ତ କରିଥିଲେ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିନ ୧୦ଟା ୩୦ ମିନିଟରୁ ୧୧ଟା ୩୦ମିନିଟ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ଏହାପରେ ମଧ୍ୟାହ୍ନ ୧୨ଟାରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ କରିଥିଲେ ଜିଲ୍ଲା ପରିଷଦ ସଭ୍ୟ । ୧୮ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ବିଜେଡିର ୧୩ ଜଣ ସଭ୍ୟ ଥିବାବେଳେ କଂଗ୍ରେସର ୩ ଜଣ ଓ ବିଜେପିର ୪ଜଣ ସଭ୍ୟା ରହିଛନ୍ତି ।

ବିଜେଡି ପକ୍ଷରୁ ନନ୍ଦିନୀ ମଲ୍ଲିକ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବାବେଳେ କଂଗ୍ରେସ ପକ୍ଷରୁ ୧୧ ନମ୍ବର ଜୋନ୍‌ର ସଭ୍ୟା ଦୀପିକା ମାଝୀ ନାମାଙ୍କନ ଦାଖଲ କରିଥିଲେ । ଶେଷରେ ନନ୍ଦିନୀ ମଲ୍ଲିକ ୧୩ଟି ଭୋଟ ପାଇ ବିଜୟୀ ହୋଇଛନ୍ତି । ଦୀପିକା ୪ଟି ଭୋଟ ପାଇଥିବାବେଳେ ଗୋଟିଏ ଭୋଟ ନାକଚ ହୋଇଛି ।

ନନ୍ଦିନୀଙ୍କ ଘର ବାଲିଗୁଡା ବ୍ଲକସ୍ଥିତ ରେବିଙ୍ଗିଆରେ ହୋଇଥିବାବେଳେ ସେ ୧୫ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟୀ ହୋଇଥିଲେ । ପୂର୍ବରୁ ୨୦୦୨ରେ ସରପଞ୍ଚ, ୨୦୦୭ରେ ସମିତି ସଭ୍ୟା ଓ ୨୦୧୨ରେ ମଧ୍ୟ ସମିତି ସଭ୍ୟା ହୋଇ ବାଲିଗୁଡା ବ୍ଲକ ଅଧ୍ୟକ୍ଷା ହୋଇଥିଲେ । ସେହିପରି ବିଜେଡିର ବ୍ଲକ ମହିଳା ନେତ୍ରୀ ମଧ୍ୟ ରହିଥିଲେ । ଜିଲା ପରିଷଦ ଅଧ୍ୟକ୍ଷା ପଦ ପାଇଲା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details