ଓଡିଶା

odisha

By

Published : May 5, 2020, 11:18 AM IST

ETV Bharat / state

ଗୀତ ଗାଇ କନ୍ଧମାଳ ଲୋକଙ୍କୁ  ସଚେତନ କରୁଛି ପୋଲିସ

କେରୋନା ପ୍ରକୋପ ସମୟରେ ଲୋକଙ୍କୁ ଶକ୍ତି ନୁହେଁ ମନ ଜିଣିବାରେ ପ୍ରୟାସ କରୁଛନ୍ତି ପୋଲିସ । ଗୀତ ମାଧ୍ୟମରେ କନ୍ଧମାଳ ବାସୀଙ୍କୁ କୋରୋନା ସଚେତନ କରୁଛି ପୋଲିସ ।

ଗୀତ ଗାଇ କନ୍ଧମାଳ ଲୋକଙ୍କୁ କୋରୋନା ସଚେତନ କରୁଛି ପୋଲିସ
ଗୀତ ଗାଇ କନ୍ଧମାଳ ଲୋକଙ୍କୁ କୋରୋନା ସଚେତନ କରୁଛି ପୋଲିସ

ଫୁଲବାଣୀ: ପୋଲିସ ବାବୁଙ୍କ ଭିନ୍ନ ରୂପ। ଖାକି ବର୍ଦ୍ଦି ଭିତରେ କଳାକାର। ମହାମାରୀ ସମୟରେ ଗୀତ ଗାଇ ଲୋକଙ୍କୁ ସଚେତନ କରିଛି କନ୍ଧମାଳ ପୋଲିସ । କନ୍ଧମାଳ ବାଲିଗୁଡାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଇତି ମଧ୍ୟରେ 2ଟି ଆଲବମ ରିଲିଜ କରିଛନ୍ତି ।

ପୋଲିସଙ୍କୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଏକ ଭିନ୍ନ ଭାବନା। କୋରୋନା ପ୍ରକୋପ ସମୟରେ ଲୋକଙ୍କୁ ଶକ୍ତି ନୁହେଁ ମନ ଜିଣିବାରେ ପ୍ରୟାସ କରୁଛନ୍ତି । ଗୀତ ମାଧ୍ୟମରେ କନ୍ଧମାଳ ବାସୀଙ୍କୁ କୋରୋନା ସଚେତନ କରୁଛି ପୋଲିସ ।

କୋରୋନା ସଚେତନ କରୁଛି ପୋଲିସ

ଆଜି ବି କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି । ବାରମ୍ବାର ପ୍ରଚାର କରିବା ସତ୍ତ୍ବେ ଲୋକେ ନିୟମ ଉଲ୍ଲଂଘନ କରୁଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କୁ ବୁଝାଇବାକୁ କନ୍ଧମାଳ ପୋଲିସର ଭିନ୍ନ ଏକ ପ୍ରୟାସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details