ଫୁଲବାଣୀ: ଗଞ୍ଜେଇ ଚୋରା ଚାଲଣ ଯୋଜନା ପଣ୍ଡ କଲା ଗୋଛାପଡା ପୋଲିସ । ଦୁଇଟି ପିକ୍ଅପ୍ ଭ୍ୟାନରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ଜଣେ ଗିରଫ ହୋଇଛି । ତେବେ ୩ ଜଣ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିବା ସୂଚନା ଦେଇଛି ଗୋଛାପଡା ପୋଲିସ । ତେବେ କନ୍ଧମାଳ ଜିଲ୍ଲାର ଅନ୍ୟତମ ମାଓ ଅଧ୍ୟୁଷିତ ଇଲାକା ହୋଇଥିବା ବେଳେ ଗଞ୍ଜେଇ ମାଫିଆମାନଙ୍କ ଆଡ୍ଡା ସ୍ଥଳୀ କୁହାଯାଉଥିବା ଗୋଛାପଡା ଥାନା ଅଞ୍ଚଳରେ ବାରମ୍ବାର ପୋଲିସର ଅତର୍କିତ ଚଢ଼ାଉ ଜାରି ରହିଛି । ଏହାସତ୍ତ୍ୱ ଗଞ୍ଜେଇ ଚୋରା ଚାଲାଣ କରିବାକୁ ପଛାଉ ନାହାନ୍ତି ମାଫିଆ । ପୋଲିସର ଡ୍ରାଇଭ୍ ବେଳେ ଏମାନେ ଗିରଫ ମଧ୍ୟ ହେଉଛନ୍ତି ।
ବଡ଼ବଡ଼ ମାଫିଆ ଧରା ହୋଇ ଜେଲ୍ ହାଜତକୁ ପଠା ଯାଉଥିବା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମଧ୍ୟ୍ୟ ଜବତ କରୁଛି ପୋଲିସ । ଜିଲ୍ଲା ପୋଲିସର ଅତର୍କିତ ଚଢାଉ ହେବା ପରେ ମଧ୍ୟ ଗଞ୍ଜେଇ କାରବାର ଥମିବାର ମଧ୍ୟ ନାଁ ଧରୁନି । ତେବେ ଏହାରି ମଧ୍ୟରେ ପୁଣି ଗୋଛାପଡା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ସୂଚନା ଅନୁସାରେ ଗତକାଲି(ଶନିବାର) କୌଣସି ସୂତ୍ରରୁ ଖବର ପାଇଁ ଗୋଛାପଡା ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ନେତୃତ୍ୱରେ ଏକ ଟିମ୍ ଲୋଇସିଂ ପଞ୍ଚାୟତ ରୁକପଦର ଘାଟି ନିକଟରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ପୋଲିସ ରେଡ୍ କରିଥିଲା ।