ଓଡିଶା

odisha

ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମିଲ ହେବାକୁ ଡିଜିପିଙ୍କ ଆହ୍ବାନ

By

Published : Jul 5, 2020, 9:52 PM IST

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଶିର୍ଲା ଜଙ୍ଗଲ ନିକଟରେ ମାଓବାଦୀଙ୍କୁ ଏନକାଉଣ୍ଟର ଘଟଣା । ଅପରେସନରେ ପୋଲିସଙ୍କୁ ପ୍ରସଂଶା କରିବା ସହ ସାବାସୀ ଦେଇଛନ୍ତି ଡିଜିପି ଅଭୟ । ଅଧିକ ପଢନ୍ତୁ...

ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମିଲ ହେବାକୁ ଡିଜିପିଙ୍କ ଆହ୍ବାନ
ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମିଲ ହେବାକୁ ଡିଜିପିଙ୍କ ଆହ୍ବାନ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଶିର୍ଲା ଜଙ୍ଗଲ ନିକଟରେ ମାଓବାଦୀଙ୍କ ସହ ହୋଇଥିବା ଗୁଳି ବିନିମୟ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା । ତେବେ ମାଓ ଦମନ କ୍ଷେତ୍ରରେ ସଫଳତା ହାସଲ ନେଇ ପୋଲିସଙ୍କୁ ପ୍ରସଂଶା କରିବା ସହ ସାବାସୀ ଦେଇଛନ୍ତି ଡିଜିପି ଅଭୟ ।

ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମିଲ ହେବାକୁ ଡିଜିପିଙ୍କ ଆହ୍ବାନ

କନ୍ଧମାଳରେ ହୋଇଥିବା ଏନକାଉଣ୍ଟରରେ 4 ଜଣ ନକ୍ସଲ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ଷ୍ଟେଟ କମିଟି ମେମ୍ବର ଥିବା ସୂଚନା ଦେଇଛନ୍ତି ଡିଜିପି । ଘଟଣାରେ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ମାଓ କ୍ୟାଡରଙ୍କ ମୃତ୍ୟୁ ହୋଇଛି । ତେବେ ଏଯାଏଁ ଏମାନଙ୍କ ପରିଚୟ ମିଳିନାହିଁ । ଫୁଲବାଣୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅପରେସନରେ ସାମିଲ ଯବାନଙ୍କୁ ସାବାସୀ ଦେଇଥିଲେ ପୋଲିସ ମହାନିର୍ଦେଶକ ଅଭୟ । ହିଂସା ଛାଡି ବିକାଶର ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ ଦେଇଛନ୍ତି ଡିଜିପି ।

ପୋଲିସ ମହାନିର୍ଦେଶଜ ଅଭୟ, ଆଇଜି (ଅପରେସନ) ଅମିତାଭ ଠାକୁର, ଗୁଇନ୍ଦା ନିର୍ଦ୍ଦେଶକ ଆର.କେ ଶର୍ମା, ଡ଼ିଆଇଜି ସତ୍ୟବ୍ରତ ଭୋଇ ପ୍ରମୁଖ ଫୁଲବାଣୀ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଟ୍ରକ ପରିମାଣର ମାଓ ସାମଗ୍ରୀ ଜବତ ହୋଇଥିବା କହିଛନ୍ତି ଡିଜିପି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details