ଓଡିଶା

odisha

By

Published : Dec 8, 2021, 10:27 PM IST

ETV Bharat / state

ସୀମାରେ ରାସ୍ତା ଖୋଳିଦେଲା ଛତିଶଗଡ଼ ପ୍ରଶାସନ, ପଞ୍ଚାୟତ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ

ରାଜ୍ୟର କଳାହାଣ୍ଡି ସୀମାବର୍ତ୍ତୀ ଇଲାକାକୁ ସଂଯୋଗ କରୁଥିବା ଗ୍ରାମ୍ଯ ରାସ୍ତାକୁ ଖୋଳୁଛି ଛତିଶଗଡ଼ ପ୍ରଶାସନ । ରାସ୍ତା ଖୋଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଅଧିକ ପଢ଼ନ୍ତୁ

ସୀମାରେ ରାସ୍ତା ଖୋଳିଦେଲା ଛତିଶଗଡ଼ ପ୍ରଶାସନ, ପଞ୍ଚାୟତ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ
ସୀମାରେ ରାସ୍ତା ଖୋଳିଦେଲା ଛତିଶଗଡ଼ ପ୍ରଶାସନ, ପଞ୍ଚାୟତ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ

ଭବାନୀପାଟଣା:ରାଜ୍ୟର ସୀମାବର୍ତ୍ତୀ ଇଲାକାକୁ ସଂଯୋଗ କରୁଥିବା ଗ୍ରାମ୍ଯ ରାସ୍ତାକୁ ଖୋଳୁଛି ଛତିଶଗଡ଼ ପ୍ରଶାସନ । ରାସ୍ତା ଖୋଳିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ରାସ୍ତା ଖୋଳିବା ଫଳରେ ଯାତାୟତରେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ କଦଳୀମୁଣ୍ଡା ପଞ୍ଚାୟତରେ ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ହେବାକୁ ପଡ଼ିଛି ।

ସୀମାରେ ରାସ୍ତା ଖୋଳିଦେଲା ଛତିଶଗଡ଼ ପ୍ରଶାସନ, ପଞ୍ଚାୟତ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ

କଦଳୀମୁଣ୍ଡା ପଞ୍ଚାୟତ ଲାଗି ଛତିଶଗଡ଼ ରାଜ୍ୟର ଝିରିପାନି, ଝାକରପାରା, କୋକସରା ଆଦି ଗାଁ ରହିଛି । ଏହି ଗାଁକୁ ସଂଯୋଗୀକରଣ ପାଇଁ ଛତିଶଗଡ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ କରାଯାଉଛି । କଦଳୀମୁଣ୍ଡା ଦେଇ ଆସିଥିବା ଏକ ଗ୍ରାମ୍ୟ ରାସ୍ତା ଏହି ରାସ୍ତା ସହ ସଂଯୋଗ ହୋଇଛି । ରାସ୍ତା ଦେଇ ଛତିଶଗଡ଼ ସମେତ ପଡୋଶୀ ନବରଙ୍ଗପୁର ଜିଲ୍ଲାର ଲୋକେ ମଧ୍ୟ ଯିବାଆସିବା କରିଥାନ୍ତି ।

ତେବେ ଏହି ରାସ୍ତାକୁ ଛତିଶଗଡ଼ ପ୍ରଶାସନ ଖୋଳିଦେବା ପରେ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ଦେଖି ଛତିଶଗଡ଼ ପକ୍ଷରୁ ରାଜସ୍ଵ ବିଭାଗର ଅଧିକାରୀ ଆସି ସୀମା ମାପ କରିଥିଲେ । ଏହି ସମୟରେ ରାସ୍ତାଟି କଦଳୀମୁଣ୍ଡା ପଞ୍ଚାୟତ ଭିତରେ ଆସୁଥିବା ଜଣା ପଡ଼ିଥିଲା । ଛତିଶଗଡ଼ ପ୍ରଶାସନର ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଛତିଶଗଡ଼ର ଦେଭୋଗ ଉପଜିଲ୍ଲାପାଳ ଲୋକଙ୍କୁ କ୍ଷମା ମାଗନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଏହାକୁ ନେଇ ଝିରିପାନି ପଞ୍ଚାୟତ କର୍ମଚାରୀଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି । ଘଟଣାସ୍ଥଳରେ କଳାହାଣ୍ଡି ଜିଲ୍ଲା ପ୍ରଶାସନିକ ଅଧିକାରୀ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିିଭି ଭାରତ

ABOUT THE AUTHOR

...view details