ଓଡିଶା

odisha

By ETV Bharat Odisha Team

Published : Nov 29, 2023, 7:47 PM IST

ETV Bharat / state

କେନ୍ଦ୍ର ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଲେ ଆଶାକର୍ମୀ

କେନ୍ଦ୍ର ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଲେ ଆଶାକର୍ମୀ । ୧୦ ଦଫା ଦାବି ନେଇ ଆନ୍ଦୋଳନ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ । ଆଗକୁ ପଢ଼ନ୍ତୁ

ରାସ୍ତାରେ ଗର୍ଜିଲେ ଆଶାକର୍ମୀ
ରାସ୍ତାରେ ଗର୍ଜିଲେ ଆଶାକର୍ମୀ

ରାସ୍ତାରେ ଗର୍ଜିଲେ ଆଶାକର୍ମୀ

ଭବାନୀପାଟଣା: କେନ୍ଦ୍ର ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଲେ ଆଶାକର୍ମୀ । ଆଶାକର୍ମୀଙ୍କୁ କେନ୍ଦ୍ର ସରକାର ଅଣଦେଖା ଅଭିଯୋଗ । ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆଶାକର୍ମୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦାବି ପୂରଣ ନକଲେ ଆଗାମୀ ଦିନରେ ଦିଲ୍ଲୀ ଦରବାରରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ।

ଆଜି କଳାହାଣ୍ଡି ଜିଲ୍ଲା ଆଶା କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆନ୍ଦୋଳନ କରାଯାଇଛି । ଜିଲ୍ଲା ଶତାଧିକ ଆଶାକର୍ମୀ ଭବାନୀପାଟଣା ସହରର ରେଡ କ୍ରସ କଲ୍ୟାଣ ମଣ୍ଡପ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ୧୦ ଦଫା ଦାବି ଗୁଡିକ ହେଲା, ସମସ୍ତ ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା, ସର୍ବନିମ୍ନ ମାସିକ ୧୮ ହଜାର ଟଙ୍କା ଦରମା, ୫ ଲକ୍ଷ ଟଙ୍କା ବିମା ରାଶି ଯୋଗାଇ ଦେବା, ଅବସର ପାଇଥିବା ଆଶା କର୍ମୀଙ୍କ ଝିଅ କିମ୍ବା ବୋହୂଙ୍କୁ ପ୍ରଥମେ ଚୟନ କରିବା । ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ସରକାର ଦାବି ପୂରଣ ନକଲେ ଆଗାମୀ ଦିନରେ ଦିଲ୍ଲୀ ଦରବାରରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ଆଶାକର୍ମୀ ।

ଏହା ମଧ୍ୟ ପଢ଼ନ୍ତୁ....ବେକାରୀ ସମସ୍ୟାକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଅପହଞ୍ଚ ଓ ଦୁର୍ଗମ ଇଲାକାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ହେଉ କିମ୍ବା ଗର୍ଭବତୀ ମହିଳାଙ୍କୁ ମେଡିକାଲ ପହଞ୍ଚାଇବା । ସେମାନଙ୍କ ପ୍ରତ୍ୟେକଟି ସମସ୍ୟାର ସମାଧାନ ଓ ସହଯୋଗ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଶାକର୍ମୀଙ୍କୁ ନିଯୁକ୍ତ କରିଛନ୍ତି । ଅନେକ ସମୟର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏହି ଆଶାକର୍ମୀଙ୍କୁ କେନ୍ଦ୍ର ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି ଆଶା କର୍ମୀ । ବାରମ୍ବାର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ ଗ୍ରହଣ କରୁ ନାହାଁନ୍ତି ଫଳରେ ଆନ୍ଦୋଳନକୁ ଓହ୍ଲାଇ ଆଜି ରାଜ ରାସ୍ତାରେ କେନ୍ଦ୍ର ସରକାର ବିରୁଦ୍ଧରେ ଗର୍ଜିଛନ୍ତି ଆଶା କର୍ମୀ ସଂଘ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details